୧୦ ଦିନ ହେଲା ଅନ୍ଧାରରେ ୩୦ ପରିବାର

Nov 8, 2024 - 21:52
 0  11
୧୦ ଦିନ ହେଲା ଅନ୍ଧାରରେ ୩୦ ପରିବାର

କଣ୍ଟାମାଳ: ଲୋକ ଆବାଜ: ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ସରକାର ସମସ୍ତ ପରିବାରକୁ ୨୪ଘଣ୍ଟିଆ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ୧୦ଦିନ ହେଲା ୩୦ପରିବାର ଅନ୍ଧାରରେ ଅଛନ୍ତି। ଏପରି ଏକ ସମସ୍ୟା ଦେଖାଦେଇଛି କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଗ୍ରାମପଞ୍ଚାୟତ ସୂର୍କାଭଟା ଗ୍ରାମରେ। ଏହୀ ଗ୍ରାମର ଟ୍ରାନ୍ସଫର୍ମର ପୋଡ଼ିଯିବାର ୧୦ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନୂତନ ଟ୍ରାନ୍ସଫର୍ମର ଲାଗିନାହଁ। ବିଦ୍ୟୁତ୍ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେବା ସହ ସନ୍ଧ୍ୟା ସମୟରେ ଚୋରୀ ଡକାୟତି ହେବାର ମଧ୍ୟ ଆଶଙ୍କା ରହିଛି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ନୂତନ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲଗାଇବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow