୧୩ ତମ ବିରଟେଶ୍ୱର୍ କ୍ରିକେଟ୍ ମ୍ୟଚ୍ ଉଦ୍ ଯାପିତ, ଯୋଗଦେଲେ ବିଜେପି ର ପ୍ରତିନିଧି ମଣ୍ଡଳ

Dec 29, 2025 - 20:50
 0  48
୧୩ ତମ ବିରଟେଶ୍ୱର୍ କ୍ରିକେଟ୍ ମ୍ୟଚ୍ ଉଦ୍ ଯାପିତ, ଯୋଗଦେଲେ ବିଜେପି ର ପ୍ରତିନିଧି ମଣ୍ଡଳ

ବାଲିଗୁଡା :ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

 କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଲଣ୍ଡାଗାଁ ଗୋପବନ୍ଧୁ କ୍ରିକେଟ୍ ଷ୍ଟାଡିୟମ ଲଣ୍ଡାଗାଁ ଠାରେ ୧୩ ତମ ବିରାଟେଶ୍ଵର କ୍ରିକେଟ୍ ମ୍ୟାଚ୍ ଉଦ ଯାପିତହୋଇ ଯାଇଛି, ଏହି ଉଦ୍ ଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ପଣ୍ଡିତ କୁମାର ବିଶିମାଝୀ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ବାଲିଗୁଡା ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ବ୍ଲକ୍ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ ଲଣ୍ଡାଗାଁ ସରପଞ୍ଚ ତୁଳସୀ ଝାଙ୍କର, ସମିତି ସଭ୍ୟ ହେମ ସାଗର ମାଝୀ, ଘଣ୍ଟାପଡା 1 ନମ୍ୱର ଜିଲ୍ଲା ପରିଷଦ ସଭ୍ୟ ସୁନୀତା ମାଝୀ ପ୍ରମୁଖ ଯୋଗଦେଇ ଥିଲେ l ମନମୁଣ୍ଡା ଓ କର୍ଣୀବେଡା ଦଳ ଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା, ଏହି ଫାଇନାଲ ମ୍ୟାଚ୍ ରେ ମନମୁଣ୍ଡା ଦଳ ବିଜେତା ହୋଇ ଥିବା ବେଳେ କର୍ଣିବେଡ଼ା ଦଳ ଉପ ବିଜେତା ହୋଇ ଥିଲେ, ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଗଣ ବିଜେତା ଓ ଉପ ବିଜେତା ଦଳ ଙ୍କୁ ଟ୍ରଫି ଓ ମାନ ପତ୍ର ଦେଇ ସମ୍ମାନୀତ କରିଥିଲେ, ଏହି କାର୍ଯ୍ୟକ୍ରମ କୁ ନକୁଳ ବାଘ୍,ପ୍ରଶାନ୍ତ ବେହେରା, ସଞ୍ଜୀବ କୁମାର କୁଦେଇ, ରବୀନ୍ଦ୍ର କୁଡେଇ ସଫଳ ଆୟୋଜନ କରିଥିଲେ l

What's Your Reaction?

like

dislike

love

funny

angry

sad

wow