୨୭ ଡିସେମ୍ବର ରେ ଦପଲା ପଲ୍ଲିଶ୍ରୀ ହାଇସ୍କୁଲ ଛାତ୍ରଛାତ୍ରୀ ଙ୍କ ମହାସମାବେଶ ଉତ୍ସବ ପ୍ରସ୍ତୁତି

କଣ୍ଟାମାଳ:ଲୋକ ଆବାଜ.ଇନ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ର ୩୫ ବର୍ଷ ପୂର୍ତ୍ତି ଅବସରରେ ଛାତ୍ରଛାତ୍ରୀ ଙ୍କ ମହାସମାବେଶ ଉତ୍ସବ ପାଇଁ ପ୍ରସ୍ତୁତି ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି |ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଙ୍ଗାଧର ଝାଙ୍କର ଙ୍କ ସଭାପତିତ୍ବ ରେ ଆଜି ଅନୁଷ୍ଠିତ ବୈଠକ ରେ ବହୁ ପୁରାତନ ଛାତ୍ର ଯୋଗଦେଇ ଡିସେମ୍ବର ମାସ ୨୭ ଓ ୨୮ ତାରିଖ ରେ ଦୁଇଦିନ ଧରି ଉତ୍ସବ ପାଳନ କରାଯିବାକୁ ସର୍ବ ସମ୍ମତି କ୍ରମେ ସ୍ଥିରୀକୃତ କରାଯାଇଛି |
What's Your Reaction?






