୩୬ତମ କଲରାକୋଠା କାଳୀପୂଜା ତୃତୀୟ ସଂଧ୍ୟା– ମହିଷାସୁରଙ୍କ ସ୍ବର୍ଗପୁର ଆକ୍ରମଣ ନାଟକ ମଞ୍ଚସ୍ଥ ।

Nov 3, 2024 - 09:18
 0  43
୩୬ତମ କଲରାକୋଠା କାଳୀପୂଜା ତୃତୀୟ ସଂଧ୍ୟା–  ମହିଷାସୁରଙ୍କ ସ୍ବର୍ଗପୁର ଆକ୍ରମଣ ନାଟକ ମଞ୍ଚସ୍ଥ ।

କଣ୍ଟାମାଳ:୨/୧୧(ଲୋକ ଆବାଜ.ଇନ୍,(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲl କଣ୍ଟାମାଳ ବ୍ଳକ କଲରାକୋଠା ୟୁଥ ଫ୍ରେଣ୍ଡସ ଆସୋସିଏସନ ଦ୍ୱାରା ଆୟୋଜିତ ୩୬ତମ ଶାରଦୀୟ କାଳୀପୂଜା ର ତୃତୀୟ ସନ୍ଧ୍ୟାରେ ଆୟୋଜିତ ମହିଷାଶୁର ଦରବାର ର ରଙ୍ଗସଭାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନାରଦଙ୍କ ପରାମର୍ଶ କ୍ରମେ ମହିଷାସୁରଙ୍କ ଯମପୁର ଆକ୍ରମଣ ଏବଂ ଯମ ଙ୍କୁ ପରାସ୍ତ କରି ସଂଜୀବନୀ ପ୍ରାପ୍ତ ନାଟକ ମଞ୍ଚସ୍ଥ ହୋଇଛି l

  ତୃତୀୟ ସନ୍ଧ୍ୟାରେ ଆୟୋଜିତ ମହିଷାଶୁର ଦରବାରରେ ରାଜକୀୟ ମୁଖ୍ୟଅତିଥିଭାବେ ବୌଦ୍ଧ କଣ୍ଟାମାଳ ଥାନାଧିକାରୀ ଭାବାନନ୍ଦ ପ୍ରଧାନ ଓ ସମ୍ମାନୀତ ଅତିଥିଭାବେ କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ବସନ୍ତ କୁମାର ପଟ୍ଟନାୟକ, ଅଧ୍ୟାପକ ସାଗର ବଗର୍ତ୍ତୀ,ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ସାହୁ ଓ ବରିଷ୍ଠ ସାମ୍ବାଦିକ ଜୟ କୁମାର ମହାରଣା ପ୍ରମୁଖ ଯୋଗଦେଇ ସାନ୍ଧ୍ୟ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ଗ୍ରାମାଞ୍ଚଳ ରେ ଆୟୋଜିତ ଏହି ବିରାଟ କାର୍ଯ୍ୟକ୍ରମର ଉଦ୍ୟକ୍ତା ମାନଙ୍କ ପ୍ରଚେଷ୍ଠାକୁ ପ୍ରଶଂସା କରିଥିଲେ l ମହିଷାସୁର ଦରବାର ରେ ଆୟୋଜିତ ରଙ୍ଗସଭା କୁ ଆଇନଜିବୀ ମନୋଜ ଶର୍ମା ପରିଚାଳନା କରିଥିବାବେଳେ କମିଟି ସଭାପତି ପ୍ରଫୁଲ୍ଲ ସାହୁ, ସମ୍ପାଦକ ପ୍ରକାଶ ରଣା ପ୍ରମୁଖ ସହଯୋଗ କରିଥିଲେ l ସୁବାସ ରଥ ପୂଜକ ଓ ସୋମନାଥ ଗୁରୁ ଏବଂ କର୍ଣ୍ଣ ସାହୁ ସହଯୋଗୀ ଭାବେ ଦାୟିତ୍ୱ ତୁଲାଇଛନ୍ତି କl ତୃତୀୟସନ୍ଧ୍ୟାରେ ମଞ୍ଚସ୍ଥ ମହିଷାସୁରଙ୍କ ସ୍ବର୍ଗପୁର ଆକ୍ରମଣ ନାଟକରେ ମହିଷାଶୁର ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ୱର ପ୍ରଧାନ ଙ୍କ ଉଚ୍ଚ କୋଟିର ଅଭିନୟ କୁ ସାଧାରଣରେ ଭୁୟସୀ ପ୍ରଶଂସା କରିଥିଲେ l ନାଟକରେ ଜଗନ୍ନାଥ ସାହୁ -ନାରଦ, ରବୀନ୍ଦ୍ର ଭୁଏ -ମନ୍ତ୍ରୀ, ଜଗବନ୍ଧୁ ମହାଲିଙ୍ଗ, ଅନିଲ ପୁଟେଲ -ସେନାପତି, ଗଙ୍ଗା -ଚଣ୍ଡ ଡାକ୍ତର - ମୁଣ୍ଡ ଭାବେ ଅଭିନୟ କରିଥିଲେ l ପୋଲିସ ଓ ପୂଜା କମିଟି ସଦସ୍ୟଙ୍କ pଉଦ୍ୟମରେ ଶାନ୍ତିଶୃଙ୍ଖଳାର ସହିତ ଦର୍ଶକ ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow