ସାମ୍ବାଦିକ ଙ୍କ ଭାତୃ ବିୟୋଗ ରେ ଶୋକ :

ସାମ୍ବାଦିକ ଙ୍କ ଭାତୃ ବିୟୋଗ ରେ ଶୋକ l
ବାଲିଗୁଡା: ଲୋକ୍ ଆଵାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)
କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ର ସାମ୍ବାଦିକ ତାପସ କୁମାର ନାୟକଙ୍କ ସାନଭାଇ ଲକ୍ଷ୍ମୀ ବସ ଡ୍ରାଇଭର ମିଲନ ଆନନ୍ଦ ନାୟକ (ଲିପୁ)ର ଗତକାଲି ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସିତ ଅବସ୍ଥାରେ ଆରପାରିକୁ ଚାଲି ଯାଇଛନ୍ତି lମୃତ୍ୟୁ ବେଳକୁ ତାଙ୍କୁ ୩୭ ବର୍ଷ ହୋଇଥିଲା । ସେ ଜଣେ ଶାନ୍ତଶିଷ୍ଟ ଅତି ,ସରଳ, ମେଳାପୀ, ପରୋପକାରୀ ବ୍ୟକ୍ତିଥିଲେ। କିଛିଦିନ ତଳେ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ପ୍ରଥମେ ବାଲିଗୁଡା, ଫୁଲବାଣୀ ଓ ବ୍ରହ୍ମପୁର ଡାକ୍ତରଖାନା ରେ ଭର୍ତ୍ତି ହୋଇଥିଲେ। ବ୍ରହ୍ମପୁର ବଡ ମେଡିକାଲ ଆଇସିୟୁ ରେ, ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ସମୟରେ ଗତକାଲି ରାତି ପ୍ରାୟ ୯:୩୦ ସମୟରେ ମୃତ ଘୋଷଣା କରିଥିଲେ ଡାକ୍ତର l ସେ କିଡ଼ନୀ ଓ ଜଣ୍ଡିସ ରୋଗରେ ଆକ୍ରାନ୍ତ ଥିଲେ। ଆଜି ସକାଳୁ ତାଙ୍କର ମର ଶରୀର ବାଲିଗୁଡା ନିଜ ବାସଗୃହରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ନିଜର ଆତ୍ମୀୟସଜନ ଙ୍କ ସହ ବାଲିଗୁଡା ପ୍ରେସ କ୍ଲବ , ଡ୍ରାଇଭର ସଂଘ ଆତ୍ମୀୟ ସ୍ୱଜନ ପୋଡ଼ଶୀ ସମସ୍ତେ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହିତ ଅମର ଆତ୍ମା ର ସଦଗତି କାମନା କରିଥିଲେ lଗାଁ ମଶାଣୀ ରେ ଖ୍ରୀଷ୍ଟିଆନ ପରମ୍ପରା ଅନୁଯାୟୀ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଥିଲା l ବାଲିଗୁଡା ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l
What's Your Reaction?






