ଆଧାର କାର୍ଡ ଅଭାବରୁ ସରକାରୀ ଯୋଜନାରୁ ବଞ୍ଚିତ ଦୃଷ୍ଟିବାଧିତ ଯୁବତୀ

Aug 7, 2026 - 20:12
 0  38
ଆଧାର କାର୍ଡ ଅଭାବରୁ ସରକାରୀ ଯୋଜନାରୁ ବଞ୍ଚିତ ଦୃଷ୍ଟିବାଧିତ ଯୁବତୀ

କର୍ଲାମୁଣ୍ଡା:୭/୮(ଲୋକ ଆବାଜ୍. ଇନ୍/ଵ୍ୟୁରୋ ରିପୋର୍ଟ୍)

 ପ୍ରଶାସନିକ ଅବହେଳା ଓ ପରିଚୟପତ୍ରର ଅଭାବ ଯୋଗୁଁ ଜଣେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଯୁବତୀ ବିଭିନ୍ନ ସରକାରୀ ସହାୟତାରୁ ବଞ୍ଚିତ ରହିଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଘଟଣା କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରପଦର ଗ୍ରାମପଞ୍ଚାୟତର ଖଲିଆପାଲି ଗାଁ ରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ପ୍ରାୟ ୩୦ ବର୍ଷ ବୟସର ରଜନୀ ଭୋଇଙ୍କର ଗୋଟିଏ ଆଖିର ଦୃଷ୍ଟିଶକ୍ତି ନଷ୍ଟ ହୋଇଥିବାରୁ ସେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଭାବେ ଜୀବନ ବିତାଉଛନ୍ତି। ଛୋଟବେଳେ ମା'ଙ୍କୁ ହରାଇଥିବା ବେଳେ ଗତ ବର୍ଷ ବାପା ସନ୍ତୋଷ ଭୋଇ ଙ୍କର ମଧ୍ୟ ବିୟୋଗ ଘଟିଥିଲା। ବର୍ତ୍ତମାନ ସେ ଦିନମଜୁରିଆ ଅବିବାହିତା ଭାଇ ଗୋଵିନ୍ଦ ଭୋଇ( ୨୭) ଙ୍କ ଆୟ ଉପରେ ନିର୍ଭର କରି ଜୀବନ ନିର୍ବାହ କରୁଛନ୍ତି। ଆଜି ପର୍ଯ୍ୟନ୍ତ ରଜନୀଙ୍କ ଆଧାର କାର୍ଡ ପ୍ରସ୍ତୁତ ହୋଇନଥିବାରୁ ସେ ଦିବ୍ୟାଙ୍ଗ ସାର୍ଟିଫିକେଟ, ଦିବ୍ୟାଙ୍ଗ ଭତ୍ତା, ରାସନ କାର୍ଡ, ଭୋଟର ପରିଚୟପତ୍ର ସହ ବିଭିନ୍ନ ସରକାରୀ ଯୋଜନାର ସୁବିଧା ପାଇବାରୁ ବଞ୍ଚିତ ରହିଛନ୍ତି। ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ତଥା ସମାଜ ସେବୀ ସୁରେଶ ଚୌଧୁରୀ ରଜନୀ ଙ୍କ ପାଖରେ ପହଞ୍ଚି ଥିଲେ ଓ ଜିଲ୍ଲା ପ୍ରଶାସନଙ୍କୁ ରଜନୀ ଭୋଇଙ୍କ ସମସ୍ତ ଆବଶ୍ୟକ ପରିଚୟପତ୍ର ଓ ଦିବ୍ୟାଙ୍ଗ ସମ୍ବନ୍ଧୀୟ ସୁବିଧା ଶୀଘ୍ର ପ୍ରଦାନ କରି ତାଙ୍କୁ ସରକାରୀ ଯୋଜନାର ସାମିଲ କରିବାକୁ ସେ ଦାବି କରିଛନ୍ତି। ଏନେଇ ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଦୀପ କୁମାର ମାଝୀ ଙ୍କୁ ପଚାରିବାରୁ ସମ୍ପୂକ୍ତ ପଞ୍ଚାୟତ କାର୍ଯନିର୍ବାହୀ ଅଧିକାରୀ ଙ୍କୁ ନିର୍ଦେଶ ଦିଆଯାଇଛି,ସେ ରଜନୀ ଙ୍କ ଘରକୁ ଯାଇ ଏକ ରିପୋର୍ଟ୍ ପ୍ରସ୍ତୁତ କରିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

What's Your Reaction?

like

dislike

love

funny

angry

sad

wow