ଋଣ୍ଡିମହୁଲ ଠାରେ ଶ୍ରାବଣୀ ଉପlକର୍ମ ଯଜ୍ଞତ୍ସବ ଅନୁଷ୍ଠିତ

କଣ୍ଟାମାଳ: ଲୋକ ଆବଜ୍. ଇନ୍ ( ପୂର୍ଣ୍ଣ ଚରଣ ସାହୁ) :
ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଋଣ୍ଡିମହୁଲ ଭାଗବତ ସନ୍ଥାଶ୍ରମ ରେ ପଣ୍ଡିତ ନିରଞ୍ଜନାଚାର୍ୟ୍ଯ ଏବଂ ଉପେନ୍ଦ୍ର ଆର୍ଯ୍ୟ ଙ୍କ ପୌରୋହିତ୍ୟରେ ଶ୍ରାବଣ ପର୍ବ ପାଳନର ତୃତୀୟ ଦିବସ ରେ ଉକ୍ତ ଗ୍ରାମର କୁଞ୍ଜବିହାରୀ ସାହୁ ଏବଂ ତାଙ୍କ ଧର୍ମ ପତ୍ନୀ ମହେନ୍ଦ୍ରି ସାହୁଙ୍କ ଯାଜମାନତ୍ୱ ରେ ବୈଦିକ ଦେବଯଂଜ୍ଞ ଅନୁଷ୍ଠିତ ହୋଇଥିଲା l ଶ୍ରାବଣୀ ଉପlକର୍ମ ପାଳନ ବିଷୟରେ ଆଲୋଚନା ହୋଇ ଲୋକଙ୍କୁ ବେଦର ପଥିକ ହେବାକୁ ପ୍ରବକ୍ତା କହିଥିଲେ l କାର୍ଯ୍ୟ କ୍ରମରେ ବିରୁପାକ୍ଷ ବାରିକ, ଲକ୍ଷ୍ମଣ ଭୋଇ, ମୁରଲୀ ସାହୁ, ଦେବଗଣ ସାହୁ, କରୁଣା ମେଣ୍ଡିଲି, ମହେଶ୍ୱର ମେଣ୍ଡିଲି, ସତସଙ୍ଗ ରେ ସହଯୋଗ କରିଥିଲେ l ବାନପ୍ରସ୍ତି ଦୀନକୃଷ୍ଣଜୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l
What's Your Reaction?






