ଓଲମା ଗ୍ରାମରେ ଦହିହାଣ୍ଡି ଭଗ୍ନ ସହ ଉଯାପିତ ହେଲା ଷୋହଳ ପ୍ରହର ନାମଯଜ୍ଞ:

Mar 24, 2025 - 15:14
 0  5
ଓଲମା ଗ୍ରାମରେ ଦହିହାଣ୍ଡି ଭଗ୍ନ ସହ ଉଯାପିତ ହେଲା ଷୋହଳ ପ୍ରହର ନାମଯଜ୍ଞ:

ଓଲମା ଗ୍ରାମରେ ଦହିହାଣ୍ଡି ଭଗ୍ନ ସହ ଉଦଯାପିତ ହେଲା ଷୋହଳ ପ୍ରହର ନାମଯଜ୍ଞ।

କଳାହାଣ୍ଡି:ଲୋକ୍ ଆବାଜ୍ ଇନ୍_(ସନତ କୁମାର ପ୍ରଧାନୀ)

କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମ ରେ ମହା ଆଡମ୍ବରରେ ଷୋହଳ ପ୍ରହର ନାମଯଜ୍ଞ ଦହିହାଣ୍ଡି ଭଗ୍ନ ସହ ଉଦଯାପିତ ହୋଇଯାଇଛି। ନାମ ସଂକୀର୍ତ୍ତନରେ ପ୍ରତିଦିନ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ହରିନାମ ନାମାମୃତ ପାନ ପାଇଁ ଉପସ୍ଥିତ ଥିଲେ। ଷୋହଳ ପ୍ରହର ନାମଯଜ୍ଞ ଅବସରରେ ଭକ୍ତିମୟ ପରିବେଶ ରେ ହରେ କୃଷ୍ଣ ହରେ ରାମ ଧ୍ଵନି ରେ ଓଲମା ଗ୍ରାମ ଗୁଞ୍ଜରିତ ହୋଇ ଉଠିଥିଲା। ପ୍ରହର ନାମଯଜ୍ଞ ରେ ମୁଖ୍ୟ ପଣ୍ଡିତ ଭାବେ ପଣ୍ଡିତ ଉପେନ୍ଦ୍ର ଅଗସ୍ତି,ସହଯୋଗୀ ପଣ୍ଡିତ ଭାବେ ଗଣେଶ ରାମ ଅଗସ୍ତି ପୂଜାକାର୍ଯ୍ୟ ତୁଲାଇଥିଲେ। ପୂଜାକର୍ତ୍ତା ଭାବେ ଉପେନ୍ଦ୍ର ସାହୁ ସହ ଧର୍ମିଣୀ ସୁଜାତା ସାହୁ ପୂଜାକାର୍ଯ୍ୟ ତୁଲାଇଥିଲେ। ଷୋହଳ ପ୍ରହର ନାମଯଜ୍ଞ ଶେଷ ହୋଇଥିବା ବେଳେ ଷୋହଳ ପ୍ରହର ଧରି ଆୟୋଜିତ ନାମଯଜ୍ଞ ଭକ୍ତିମୟ ପରିବେଶ ମଧ୍ୟରେ ଉଦଯାପିତ ହୋଇଥିଲା। ବିଭିନ୍ନ ସଂକୀର୍ତ୍ତନ ଦଳ ଷୋହଳ ପ୍ରହର ନାମଯଜ୍ଞ ରେ ଅଂଶ ଗ୍ରହଣ କରି ହରେ କୃଷ୍ଣ ହରେ ରାମ ସଂକୀର୍ତ୍ତନ ନାମ ନେଇଥିଲେ। ଶ୍ରଦ୍ଧାଳୁ ଙ୍କ ଦର୍ଶନ ପାଇଁ ସୁବ୍ୟବସ୍ଥା ସହ ଆନନ୍ଦ ବଜାର ରେ ପ୍ରତିଦିନ ହଜାର ହଜାର ଲୋକଙ୍କ ପାଇଁ ଅନ୍ନଭୋଗ ର ବ୍ୟବସ୍ଥା କରା ଯାଇଥିଲା। ପୂଜାକର୍ତ୍ତା ଶ୍ରୀ ସାହୁ ଓ ଶ୍ରୀମତୀ ସାହୁ ନାମଯଜ୍ଞ ଉଦଯାପିତ ଦିନ ଦହିହାଣ୍ଡି ଧରି ଓଲମା ନଗର ପରିକ୍ରମା ସମୟରେ ଶତାଧିକ ଶ୍ରଦ୍ଧାଳୁ ମାନେ ଫଗୁ ଅବିର ଖେଳି ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା ପରେ ପୂଜା ମଣ୍ଡପ ରେ ଦହିହାଣ୍ଡି ଭଗ୍ନ ପରେ ଷୋହଳ ପ୍ରହର ନାମଯଜ୍ଞ ସମାପନ ହୋଇଛି। ଷୋହଳ ପ୍ରହର ନାମଯଜ୍ଞ ପରିଚାଳନା ରେ ବଲ୍ଲଭ କୁମାର ସାହୁ, ଫୁଲଚନ ଶବର, ଶେଷ ରଞ୍ଜନ ପଣ୍ଡା, ଖଗେଶ୍ୱର ବେମାଲ,ତ୍ରିନାଥ ଶବର ଧନପତି ବାଗ, ଅକ୍ଷୟ ମହାନନ୍ଦ, ଘାସିରାମ ମାଝୀ ସମେତ ଓଲମା ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow