ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪

Oct 22, 2024 - 23:25
 0  50
ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ  ସୁରଭି ୨୦୨୪

କର୍ଲାମୁଣ୍ଡା:୨୨/୧୦ ଲୋକ ଆବାଜ. ଇନ(ପ୍ରଦୀପ କୁମାର ସାହୁ ଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତା ର କୃତି ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା।ପୁରସ୍କାର ବିତରଣ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ବିଜୟ ଲଷ୍ମୀ ନାଗ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ,ମୁଖ୍ୟ ବକ୍ତା ଭାବେ ତେରେସିଙ୍ଗା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗରୁଡ଼ ଧ୍ଵଜ ଗହୀର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ସା, ମିଳିତ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ଅରୁଣ ସାହୁ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରୋହିତ ରଣା, ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପମଣୀ ସାହୁ ପ୍ରମୁଖ ଯୋଗ ଦେଇ ସୁରଭି କାର୍ଯ୍ୟକ୍ରମ ଦ୍ଵାରା ପ୍ରତିଭା ଗୁଡିକ ଲୋକ ଲୋଚନ କୁ ଆସୁଛି ବୋଲି ମତ ପ୍ରକାଶ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫୁଲ୍ଲ କୁମାର ପାଠି, କ୍ଷୀରୋଦ ବଡ଼ମାଲି, ପ୍ରଦୀପ କୁମାର ବେହେରା, ନୋଡାଲ ସିଆରସିସି ପ୍ରସନ୍ନ କୁମାର ସାହୁ,ହେମନ୍ତ ନାଏକ,ପ୍ରଭା ରଞ୍ଜନ ବନଛୋର, ଟିକୁନୁ କୁମାର, କିରାଣୀ ତ୍ରିଜ୍ୟୋତି ଶଙ୍କର ନିଆଲ,ଭୋଜ ରାଜ ରଣା ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସହଯୋଗ କରିଥିବା ବେଳେ ରେଙ୍ଗାଲି ସିଆରସିସି ଶିକ୍ଷକ ଉଜ୍ଜ୍ୱଳ କୁମାର ସାହୁ ଓ ଦୁର୍ଗା ପ୍ରସାଦ ସାହୁ ସଂଯୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସନ୍ତୋଷ କୁମାର, ରୋହିତ ସାହୁ,ଉମାକାନ୍ତ ସାହୁ,ପ୍ରକାଶ ବିଶ୍ବାଳ ,ବୃନ୍ଦାବନ ରଣା ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow