କର୍ଲାମୁଣ୍ଡାରେ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ପ୍ରଶିକ୍ଷଣ ଶିବିର
କର୍ଲାମୁଣ୍ଡା:୨୧/୩(ଲୋକ ଆବାଜ. ଇନ ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ରତନ ଭୋଇ ପଂଚାୟତ ସମିତି ଉଚ୍ଚ ବିଦ୍ୟାଳୟ ଠାରେ କର୍ଲାମୁଣ୍ଡା ତହସିଲ ପକ୍ଷରୁ ଜନ ଗଣନା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ତିନିଦିନିଆ ପ୍ରଶିକ୍ଷଣ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ତହସିଲଦାର ତଥା ଜନ ଗଣନା ବ୍ଲକ ଇନ ଚାର୍ଜ ଅରୁଣ ବର୍ଗେ,ଅତିରିକ୍ତ ତହସିଲଦାର ଶୁଭେନ୍ଦୁ ପଟେଲ ଶିବିର କୁ ଉଦଘାଟନ କରିଥିବା ବେଳେ ସାଧନ କର୍ମୀ ଭାବେ ଉଦ୍ୟାନ ବିଭାଗ ଅଧିକାରୀ ରୀଙ୍କୁ ପ୍ରଧାନ,ବ୍ଲକ ମତ୍ସ୍ୟ ଅଧିକାରୀ ଶକ୍ତିକାନ୍ତ ବେହେରା ଯୋଗ ଦେଇ କିଭଳି ନିର୍ଭୁଲ ଭାବେ ଜନଗଣନା କାର୍ଯ୍ୟ” ସମ୍ପାଦନା ହେବ ସେ ଉପରେ ତାଲିମ ପ୍ରଦାନ କରିଥିଲେ। ଏହାସହିତ ଘରେ ଘରେ ସର୍ବେକ୍ଷଣ କରିବା ସମୟରେ ଅନୁସରଣୀୟ ନିୟମ ଓ ନୀତି ଉପରେ ମଧ୍ୟ ଜୋର ଦିଆଯାଇଥିଲ।ଏଥିରେ ୭ ଜଣ ସୁପରଭାଇଜର ଓ ୪୩ ଏନି ମେଟର ମାନେ ତାଲିମ ଗ୍ରହଣ କରୁଥିବା ତହସିଲଦାର ଅରୁଣ ବର୍ଗେ ସୂଚନା ଦେଇଛନ୍ତି।ତେବେ ଏହି ପ୍ରଶିକ୍ଷଣ ଶିବିର ସୋମବାର ଉଦଯାପିତ ହେବାକୁ ଥିବା ବେଳେ ଚଳିତ ମାସ ୨୪ ତାରିଖ ରୁ ୨୬ ତାରିଖରେ ତୃତୀୟ ପର୍ଯ୍ୟାୟ ତାଲିମ ଶିବିର ଅନୁଷ୍ଠିତ ହେବାକୁ ଥିବା ଜଣାପଡିଛି।
What's Your Reaction?