କଲିକତାରେ ପିଜି ଡ଼ାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣା:ତଦନ୍ତ ଦାବୀରେ କ୍ୟାଣ୍ଡେଲ ଶୋଭାଯାତ୍ରା
Justice DR Maumita
କଳାହାଣ୍ଡି(ଲୋକ୍ ଆବାଜ୍): କଲିକତାରେ ପିଜି ଡ଼ାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣାର ଉପଯୁକ୍ତ ତଦନ୍ତ ଦାବୀରେ କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହେଇଯାଇଛି । ଡ଼ାକ୍ତରଙ୍କ ସୁରକ୍ଷା ଦାବୀ ସହିତ ମୃତ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ର ନାରା ଦେଇ ଅନୁଷ୍ଠିତ ଏହି ଶୋଭାଯାତ୍ରା ମ.ରାମପୁର ଚାରିଛକରୁ ବାହାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯାଏଁ ଆସିଥିଲା । ଆଇନଜୀବି ତଥା ସମାଜସେବୀ ସତ୍ୟ ନାରାୟଣ ସାହୁ,ରାଜ୍ୟ ସରପଂଚ ସଂଘ ସଭାପତି ରୋମାଞ୍ଚ ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡାଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନର ବ୍ୟକ୍ତି ବିଶେଷ ଏହି ଶୋଭାଯାତ୍ରାରେ ସାମିଲ ହେଇଥିଲେ । ଏହି ଘଟଣାର ଦୃଢ ନିନ୍ଦା କରାଯିବା ସହିତ ଉକ୍ତ କ୍ୟାଣ୍ଡେଲ ଶୋଭାଯାତ୍ରାଟି ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହେଇଥିଲା ।
What's Your Reaction?






