ଶ୍ରୀ ଗୋପାଳଜି ଯୋଗ।ଲୟ ମହାନଦୀ ବିହାର,ଠାରେ ବରିଷ୍ଟ ନାଗରିକ ସଂଘ ତରଫରୁ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ

Sep 1, 2025 - 16:38
 0  26

ସୁବର୍ଣ୍ଣପୁର ରେ ନୂଆ ଖାଇ ପାଳନ ଅବସର ରେ ଶ୍ରୀ ଗୋପାଳଜି ଯୋଗ।ଲୟ ମହାନଦୀ ବିହାର,ଠାରେ ବରିଷ୍ଟ ନାଗରିକ ସଂଘ ତରଫରୁ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି l ଉକ୍ତ ଉତ୍ସବ ରେ ଜିଲ୍ଲାପାଳ ଡଃ ନୃପ ରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବରିଷ୍ଠ ନାଗରିକ ଙ୍କ ଭବ୍ୟ ଆୟୋଜନ ଓ ଉତ୍ସାହ ଦେଖି ଖୁସି ବ୍ୟକ୍ତ କରି ଥିଲେ ଓ ଆପଣ ମାନଙ୍କ ଆତ୍ମ ବଳ ଆଗରେ ଯୁବ ପିଢୀ ମଧ୍ୟ ହାର ମନିଯିବେ ବୋଲି ଜିଲ୍ଲାପାଳ ଡଃ ସାହୁ ପ୍ରକାଶ କରିଥିଲେ l ସ୍ଵତନ୍ତ୍ର ଅତିଥି ଭାବରେ ଓଡ଼ିଶା ର ପ୍ରାକ୍ତନ ବିଚାରପତି ଶ୍ରୀ ଚିତ୍ତ ରଞ୍ଜନ ଦାଶ ସମ୍ମାନିତ ଅତିଥି ଭାବରେ ବ୍ୟଙ୍ଗ କବି ଅଚ୍ୟୁତ ପୁରୋହିତ ସଂଘ ସଭାପତି ଜ୍ୟୋତି ରଞ୍ଜନ ବହିଦାର, ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ଥିଲେ l ଆମ ଭାଷା ସାହିତ୍ୟ ସଂସ୍କୃତି ହଜି ଗଲେ ଆମ ପରିଚୟ ବି ହଜିଯିବ ବୋଲି ବରିଷ୍ଠ ନାଗରିକ ତଥା ଲେଖକ ଗୋରେଖ ନାଥ ସାହୁ ପ୍ରକାଶ କରିଥିଲେ l ଶିକ୍ଷାବିଦ ପ୍ରଦୀପ ପୁରୋହିତ ସଭା ସଂଯୋଜନା କରିଥିବା ବେଳେ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଧନ୍ୟ ବାଦ ଅର୍ପଣ କରିଥିଲେ l ଉତ୍ସବ ରେସହର ର ଶତାଧିକ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ମହିଳା ଯୋଗ ଦେଇଥିଲେ l

What's Your Reaction?

like

dislike

love

funny

angry

sad

wow