ଦୁର୍ଘଟଣା ରେ ଗୁରୁତର ଙ୍କୁ ବିଶାଖାପାଟଣା ସ୍ଥାନାନ୍ତର ବେଳେ ଆମ୍ବୁଲାନ୍ସ ରେ ମୃତ୍ୟୁ।
କଳାହାଣ୍ଡି:ଲୋକ ଆବାଜ. ଇନ(ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଛିଲିପାମାଲ ରୁ ଡ଼ହଗାଁ ରାସ୍ତା ମଝିରେ ଶୁକ୍ରବାର ସକାଳ ୬ ଘଣ୍ଟା ସମୟରେ ଏକ ବାଇକ ଧକ୍କା ଦେବାରୁ ଚାଷଜମି କୁ ଯାଉଥିବା ଛିଲିପାମାଲ ଗ୍ରାମ ର ଜଣେ ଚାଷୀ ବିଳାମ୍ବର ନାଗ (୫୫) ଘଟଣାସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ। ପରେ ତାଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଅବସ୍ଥା ଜଟିଳ ଥିବା କାରଣ ରୁ ଡାକ୍ତର ତାଙ୍କୁ ଜିଲ୍ଲା ସଦର ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିଲେ। ତେବେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣା ନେବାକୁ ନେବାପାଇଁ ଡାକ୍ତର ଙ୍କୁ କହିବା ପରେ ପରିବାର ଲୋକ ଙ୍କ ସହମତି ପରେ ଡାକ୍ତର ତାଙ୍କୁ ଛାଡିଥିଲେ। ଏକ ଘରୋଇ ଆମ୍ବୁଲାନ୍ସ ରେ ଗୁରୁତର ବ୍ୟକ୍ତି ଙ୍କୁ ନେବା ବାଟରେ କୋକସରା ନିକଟରେ ଗୁରୁତର ବିଳାମ୍ବର ଙ୍କ ମୃତ୍ୟୁ ହୋଇଥିଲା।ପରେ ପରିବାର ଲୋକେ ତାଙ୍କ ମୃତଦେହ କୁ କୋକସରା ଡାକ୍ତରଖାନାରେ ପରିସରରେ ଆଣି ଡାକ୍ତର ଙ୍କୁ ଦେଖାଇବା ପରେ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ହେଉଛନ୍ତି ଧର୍ମଗଡ ବ୍ଲକ ଅଁଳାଜୋର ଗ୍ରାମ ର ଈଶ୍ୱର ବାଗ ବୋଳି ଜଣାପଡିଛି। ମୃତ୍ୟୁ ପରେ ମୃତକ ଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି।ଏନେଇ ପରିବାର ଲୋକେ କୋକସରା ଥାନା ର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିବା ସୂଚନା ମିଳିଛି।ପୋଲିସ ଶବ ଜବତ କରି ଘଟଣା ର ତଦନ୍ତ ଜାରି ରଖିଛି।
What's Your Reaction?