ଦେବା ଦେବୀଙ୍କ ସରଞ୍ଜାମ,ଭିନ୍ନ ଏକ ବୃତ୍ତିରେ ଟିକେଲାଲ ବଞ୍ଜରା

ନୂଆପଡ଼ା: ଲୋକ୍ ଆଵାଜ୍.ଇନ୍(ରାମନାଥ ପଣ୍ଡା ଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଖରସେଲ ପଞ୍ଚାୟତର କର୍ଲ୍ଲା ଖମାର ଗ୍ରାମର ଟିକେ ଲାଲ ବଞ୍ଜରା ତାଙ୍କ ପିତୃ ପୁରୁଷଙ୍କ କୌଳିକ ବୃତ୍ତି ଭାବରେ ଗ୍ରହଣ କରିଆସୁଥିବା ଦେବା ଦେବୀଙ୍କ ସରଞ୍ଜାମ ତିଆରି କରିବାର କାମକୁ ନିଜେ ମଧ୍ୟ ନିଜ ପରିବାର ପ୍ରତିପୋଷଣ ପାଇଁ ବ୍ୟବସାୟ ଭାବରେ ଗ୍ରହଣ କରିଛନ୍ତି । ବିଭିନ୍ନ ଦେବୀଙ୍କ ସାଜସଜ୍ଜା ଉପକରଣ ତିଆରି କରୁଛନ୍ତି । ଦେବୀ ମାଁ ମାନେ ଏହାଙ୍କର ହସ୍ତ ତିଆରି ପୋଷାକ ତଥା ଅନ୍ୟ ସାମଗ୍ରୀ ବ୍ୟବହାରରେ ଖୁସି ।ଅନେକ ପ୍ରକାର ସରଞ୍ଜାମ ତିଆରି କରିବାକୁ କଉଡ,କାଚ,ବିଭିନ୍ନ ପ୍ରକାର ସୂତା,ରଙ୍ଗ ବେରଙ୍ଗର କପଡ଼ା,ବାଉଁଶରେ ଗଢା ଭୁଗା,ମୟୂର ଚୂଳ ଇତ୍ୟାଦି ବ୍ୟବହାର କରନ୍ତି ।ବଜାରରେ ବିକ୍ରି କରି ଅର୍ଥ ଉପାର୍ଜନ କରିବା ସହିତ ସେହି ଅର୍ଥରେ ପରିବାର ପ୍ରତିପୋଷଣ କରନ୍ତି । ସରକାରଙ୍କ ସହାୟତା ପାଇଲେ ତାଙ୍କର ବ୍ୟବସାୟ ବୃଦ୍ଧି ହେବା ସହିତ ଅନ୍ୟ ମାନଙ୍କ ପାଇଁ ଏହା ଏକ ଉଦାହରଣ ହୋଇ ରହିଯାଆନ୍ତା ।
What's Your Reaction?






