*ଗୋ ସୁରକ୍ଷା ପାଇଁ ଟ୍ରଷ୍ଟ ପକ୍ଷରୁ ଗୋଶାଳା ଆରମ୍ଭ ହେଲା* - *ପ୍ରଶାସନ ର ଅସହଯୋଗ ପଦା ରେ ପଡ଼ିଲା*

Jul 11, 2025 - 20:24
 0  33
*ଗୋ ସୁରକ୍ଷା ପାଇଁ ଟ୍ରଷ୍ଟ ପକ୍ଷରୁ ଗୋଶାଳା ଆରମ୍ଭ ହେଲା* -  *ପ୍ରଶାସନ ର ଅସହଯୋଗ ପଦା ରେ ପଡ଼ିଲା*

ସୋନପୁର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

 ସହର ରେ ବୁଲା ଗାଈ ଗୋରୁ, କୁକୁର ଙ୍କ ପ୍ରାଦୁର୍ଭାବ ରୁ ଲୋକ ଙ୍କୁ ସୁରକ୍ଷା ଦେବାକୁ ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ଯନ୍ତ୍ର ପାତି ଗାଡ଼ି ସାହାଯ୍ୟରେ ଗାଈ କୁକୁର ଧରିବାକୁ ପ୍ରାଣୀ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଏ ବିଭାଗ ର ପ୍ରଥମ କର୍ତ୍ତବ୍ୟ ଅଟେ l କିନ୍ତୁ ସୋନପୁର ସହର ରେ ଏହାର ପୁରା ବ୍ୟତିକ୍ରମ ଦେଖି ବାକୁ ମିଳିଛି l ଯା ଫଳରେ କି ବିଚ୍ ରାସ୍ତାରେ ବୁଲା ଷଣ୍ଢ ଓ କୁକୁର ଙ୍କ ଉତ୍ପାତ ଯୋଗୁଁ ଲୋକେ ଅନେକ ଦୁର୍ଘଟଣା ର ଶିକାର ହୋଇ ଧନ ଜୀବନ ନଷ୍ଟ ହେବା ଅନେକ ନଜିର୍ ମଧ୍ୟ ଅଛି l ପଟାଭାଡ଼ି କୋଲ ପଡ଼ା ଠାରେ ଗତ ମେ ମାସ ରେ ଗୋପାଲ୍ଜୀ ଗୋ ସେବା ଚେରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୁଲା ଗାଇ ଗୋରୁ ଙ୍କ ସୁରକ୍ଷା ପାଇଁ ଏକ ଗୋଶାଳା ର ଉଦଘାଟନ ହୋଇ ଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଏହାକୁ ଉଦଘାଟନ କରି ଗୋ ସୁରକ୍ଷା ଓ ଏହାର ଲାଳନ ପାଳନ ପ୍ରତ୍ୟେକ ନାଗରିକ ଙ୍କ ଦାୟିତ୍ବ କର୍ତ୍ତବ୍ୟ ବୋଲି କହି ଏହାର ଭିତ୍ତି ଭୂମି ଓ ସୁପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ର ସମସ୍ତ ସହଯୋଗ ରହିବ ବୋଲି ଦୃଢ଼ ପ୍ରତିଶୁତି ଦେଇ କେୟାର ଟେକର ଚେରି ଟେବୁଲ୍ ଟ୍ରଷ୍ଟ ସଦସ୍ୟ ଙ୍କୁ ଉତ୍ସାହିତ କରିଥିଲେ l

ହେଲେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଓ ପ୍ରତିଶୁତି କୁ ପାଳନ କରିବାରେ ସୋନପୁର ପୌର ପରିଷଦ ବେଖାତିର କରିଥିବା ଜଣା ଯାଇଛି l ସାମାନ୍ୟ ଲାଇଟ୍ ସମସ୍ୟା ସମାଧାନ ତ ଦୂର କଥା ଏହି ଗୋଶାଳା କୁ ଯାତାୟତ କରିବାକୁ ରାସ୍ତା ଟିକିଏ ମରାମତି ହୋଇ ପାରିନି l ଲଗାତାର ବର୍ଷା ରେ ଆଣ୍ଠୁଏ ପାଣି ସହ କାଦୁଅ ଯୋଗୁଁ ପ୍ରଶାସନ ପବ୍ଲିକ ତ ଦୂର ର କଥା ଦାୟିତ୍ବ ରେ ଥିବା ଖୋଦ୍ ଏହାର କେୟାର ଟେକର ଓ ସହଯୋଗୀ ମାନେ ମଧ୍ୟ ଯିବା ଆସିବା କଷ୍ଟକର ହୋଇ ପଡ଼ୁଛି l ଏପରିକି ଏହାର ଉଦଘାଟନ ବେଳେ ଖୋଦ୍ ଜିଲ୍ଲାପାଳ ଙ୍କ ଗାଡ଼ି ମଧ୍ୟ ଏହି ରାସ୍ତା ରେ କଷ୍ଟ ରେ ପହଞ୍ଚି ଥିଲା l ସହର ର ବୁଲା ଷଣ୍ଢ ଓ ଗାଇ ଗୋରୁ ଙ୍କୁ ଧରିବା କୁ ପୌର ପରିଷଦ ପକ୍ଷରୁ ଆଗ୍ରହ ପ୍ରକାଶ କରୁ ନ ଥିବା ଜଣା ପଡ଼ିଛି l କାରଣ ଏଥିରେ ନା ଟେଣ୍ଡର ନା ପିସି l ପ୍ରାକ୍ତନ ଜିଲ୍ଲାପାଳ ଅବୋଲି ନର୍ଭଣେ ଙ୍କ ସମୟ ରେ ଦୁଇ ବର୍ଷ ପୂର୍ବରୁ ପୌର ପରିଷଦ କୁ ଆସିଥିବା ତିନି ଲକ୍ଷ ରୁ ଉର୍ଦ୍ଧ୍ଵ ମୂଲ୍ୟ ର ଏକ ନୂଆଁ କାଓ କେଚର୍ ଗାଡ଼ି ମାତ୍ର ସପ୍ତାହେ ବ୍ୟବହାର ପରେ ତାହା ଅଫିସ କ୍ୟାମ୍ପସ ରେ ଖତ ଖାଉଛି l ପବ୍ଲିକ ଓ ପୌର ପରିଷଦ ର ଅସହଯୋଗ ଯୋଗୁଁ ସେ ସମୟରେ ପ୍ରଥମେ ଆରମ୍ଭ ହୋଇ ଥିବା ଏହି ଗୋଶାଳା ବା ଗୋ ସୁରକ୍ଷା ଯୋଜନା ଫେଲ୍ ମାରିଥିଲା l ଖୁବ୍ ଶୀଘ୍ର କାଓ କେଚର ଗାଡ଼ି ଦ୍ୱାରା ଗୋ ସୁରକ୍ଷା ଅଭିଯାନ ଆରମ୍ଭ କରି ଲୋକ ଙ୍କୁ ସୁରକ୍ଷା ଦେବା ଓ ଏ ଗୋଶାଳା ର ରାସ୍ତା ଆଲୋକିକରଣ ସହ ଏହାର ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ସହର ର ବୁଦ୍ଧିଜୀବୀ ଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ କୁ ଦାବୀ ହେଉଛି l

What's Your Reaction?

like

dislike

love

funny

angry

sad

wow