ବୌଦ୍ଧ ଜିଲ୍ଲାପାଳଙ୍କ ଡ୍ୟାମ୍ ପାଇଁ କ୍ଷେତ୍ର ପରିଦର୍ଶନ।

Oct 27, 2024 - 12:14
 0  43
ବୌଦ୍ଧ ଜିଲ୍ଲାପାଳଙ୍କ ଡ୍ୟାମ୍ ପାଇଁ କ୍ଷେତ୍ର ପରିଦର୍ଶନ।

କଣ୍ଟାମାଳ: ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବିଜୁଳି ଶକ୍ତି ଉତ୍ପାଦନ ଓ ଚାଷ ପାଇଁ ଏକ ଡ଼୍ୟାମର ଆବଶ୍ୟକତା ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକର ଖମଣଖୋଲ ପଞ୍ଚାୟତର ସାଡ଼େନଘାଟି ନିକଟସ୍ଥ ଚିରସ୍ରୋତା ଖଡ଼ଙ୍ଗ ନଦୀକୁ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା କ୍ଷେତ୍ର ପରିଦର୍ଶନ କରିଥିଲେ। ପୂର୍ବରୁ ପୂର୍ବ ଓଡ଼ିଶା ସରକାର ଗଭୀର ଜଳ ସଂରକ୍ଷଣ ପାଇଁ ଏକ ୧୨୬ କୋଟି ଟଙ୍କାର ମଞ୍ଜୁରୀ ହୋଇଥିଲା। କିନ୍ତୁ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ବିଧାନସଭାରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଆନିକଟ ନୁହଁ ବିଦ୍ୟୁତ ଉତ୍ପାଦନ ଓ ଚାଷ ପାଇଁ ପାଣିର ଆବଶ୍ୟକତାକୁ ନେଇ ଏକ ଡ୍ୟାମ ପାଇଁ ଦାବି କରିଥିଲେ।

 ଯାହାକୁ ଓଡିଶା ସରକାର ଗ୍ରହଣ କରି କେନ୍ଦ୍ର ଜଳ ଓ ସଂପଦ ବିଭାଗକୁ ଅନୁମତି ପାଇଁ ସୁପାରିଶ କରିଥିଲେ। ଯାହାକି କେନ୍ଦ୍ର ଜଳ ଓ ସଂପଦ ବିଭାଗ ଉକ୍ତ ପ୍ରକଳ୍ପ ପାଇଁ ଉପଯୁକ୍ତ ସ୍ଥାନ ସମ୍ଭାବତ୍ୟା ନିରୁପଣ ପାଇଁ ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧ ଜିଲ୍ଲାପାଳ କ୍ଷେତ୍ର ପରିଦର୍ଶନ କରିଥିଲେ। ପୂର୍ବରୁ ନିର୍ଦ୍ଧାରିତ ସ୍ଥାନକୁ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଓ ସହକର୍ମୀ ସ୍ଥାନଟିକୁ ନିରୀକ୍ଷଣ କରି ପ୍ରକଳ୍ପ ପାଇଁ ଉପଯୁକ୍ତ ନ ଥିବା ଦର୍ଶାଇବାରୁ ଜିଲ୍ଲାପାଳ ଅନୁଧ୍ୟାନ କରି ଉପରକୁ ସାଡେଙ୍ଗଘାଟି ନିକଟରେ ନଦୀର ଉଭୟ ପଟରେ ପାହାଡ଼ ଥିବାରୁ ପ୍ରକଳ୍ପ ପାଇଁ ଉପଯୁକ୍ତ କ୍ଷେତ୍ର ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି। ଉକ୍ତ ପ୍ରକଳ୍ପ ପାଇଁ କ୍ଷେତ୍ର ପରିଦର୍ଶନ କରି ଆସିଥିବା ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କ ସହ ଏଡିଏମ୍ ଅନିରୁଦ୍ଧ ପ୍ରଧାନ , କଣ୍ଟାମାଳ ତହସିଲଦାର ସୁଶ୍ରୀ ଶ୍ଵେତପଦ୍ମା ଯୋଶୀ, ସହକାରୀ ଯନ୍ତ୍ରୀ ଜୟ ମହନ୍ତଙ୍କ ସହ ବିଜେପିନେତା ଚିତ୍ତ ପାତ୍ର,ସତ୍ୟ ନାରାୟଣ ମାଝୀ, ସୁଦର୍ଶନ ବଘାର,ପିନାକ ରଣା, ଡମ୍ବରୁ ଧର କହଁର,ଶିକ୍ଷାବିତ ନୀଳାଞ୍ଚଳ ଭୋଇ ଙ୍କ ସମେତ ବହୁ କର୍ମକର୍ତ୍ତାଓ ଜନ ସାଧାରଣ ରଣ ଉପସ୍ଥିତ ରହିଥିଲେl

What's Your Reaction?

like

dislike

love

funny

angry

sad

wow