୨୪ କେଜି ଗଞ୍ଜେଇ ସହ ଗାଡ଼ି ଜବତ, ଜଣେ ଗିରଫ

Aug 21, 2024 - 05:43
 0  86
୨୪ କେଜି ଗଞ୍ଜେଇ ସହ ଗାଡ଼ି ଜବତ, ଜଣେ ଗିରଫ

କଣ୍ଟାମାଳ: ଲୋକ ଆବଜ୍. ଇନ୍ ( ପୂର୍ଣ୍ଣ ଚରଣ ସାହୁ) :

  କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗଞ୍ଜେଇ ସହ ଗାଡ଼ି ଜବତ କରିଥିବା ବେଳେ ଅଭିଯୁକ୍ତ ଜଣକୁ ଗିରଫ କରିଥିବା ଜଣା ପଡ଼ିଛି | ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସୂର୍ଯ୍ୟକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ କଣ୍ଟାମାଳ ଅବକାରୀ ଓ ବୌଦ୍ଧ ମୋବାଇଲ ସ୍କ୍ୱାର୍ଡ0ର ଏକ ଟିମ୍ ଘଣ୍ଟା ପଡ଼ା ଥାନା ଗଡଗୁବା ଗ୍ରାମ ରାସ୍ତା କଡ଼ରେ ଅଟକି ଥିବା ଏକ ଗାଡ଼ିକୁ ସନ୍ଦେହରେ ତଦନ୍ତ କରିଥିଲେ | ତଦନ୍ତ ପରେ (ଓଡ଼ି ୦୫ ଡବ୍ଲୁ ୨୨୬୬) ନମ୍ବର ବିଶିଷ୍ଟ ଏକ ମାରୁତି ବ୍ରେଜା ଗାଡିରୁ ଗଞ୍ଜେଇ ଜବତ୍ କରିଥିବା ବେଳେ ଘଟଣାରେ ସଂପୃକ୍ତ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିଛି | ଜବତ ଗଞ୍ଜେଇର ପରିମାଣ ୨୪ କେଜି ହୋଇଥିବା ବେଳେ ଗିରଫ ମାଫିଆ ଜଣକ ହେଲେ ଘଣ୍ଟା ପଡ଼ା ଥାନା ଗଡଗୁବା ଗ୍ରାମର ମଦନ ଗୁରୁ (୪୦) ବୋଲି ବିଭାଗ ପକ୍ଷରୁ ଜଣା ପଡ଼ିଛି |

କଣ୍ଟାମାଳ ଅବକାରି ବିଭାଗ ପକ୍ଷରୁ ୪୮/୨୪ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଆଜି ମାଫିଆକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା କଣ୍ଟାମାଳ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି | ଏହି ଚଢ଼ାଉରେ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ, ବୌଦ୍ଧ ମୋବାଇଲ ସ୍କ୍ୱାର୍ଡ ସବ୍ ଇନ୍ସପେକ୍ଟର ସତ୍ୟ ନାରାୟଣ ପ୍ରଧାନ, ସତ୍ୟ ମୁଖି, ପ୍ରଫୁଲ୍ଲ ଭୋକ୍ତା ,ଶୁକେଶିନି କୁଜ୍ଜୁର୍, ଶ୍ରୀକାନ୍ତ ବେହେରା, ଆନନ୍ଦ ମେହେର ପ୍ରମୁଖ ସାମିଲ ଥିଲେ |

What's Your Reaction?

like

dislike

love

funny

angry

sad

wow