ଜଳ ବାୟୁ ଅନୁକୂଳ ଯୋଜନା ପ୍ରସ୍ତୁତି

Dec 6, 2025 - 13:27
 0  22
ଜଳ ବାୟୁ ଅନୁକୂଳ ଯୋଜନା ପ୍ରସ୍ତୁତି

ବୋଡ଼େନ:ଲୋକ ଆବାଜ. ଇନ(ରାମନାଥ ପଣ୍ଡା ଙ୍କ ରିପୋର୍ଟ) 

ଜଳ ବାୟୁ ପରିବର୍ତ୍ତନର ପ୍ରଭାବ ସାରା ଦେଶର ପାନିପାଗକୁ ସମ୍ପୂର୍ଣ୍ଣ ବିଗାଡି ଦେଲାଣି।ପ୍ରକୃତି କେତେବେଳେ କରାଳ ରୂପ ଧାରଣ କରିଛି ତ ପୁଣି କେତେବେଳେ ଶାନ୍ତ ସ୍ଵଭାବ ଢଙ୍ଗରେ ଜୀବନ ଜୀବିକାକୁ ଉଜାଡି ଦେଉଛି ।ଏହି ଜଳବାୟୁ ପରିବର୍ତ୍ତନର ବର୍ଦ୍ଧିତ ପ୍ରଭାବର ସମ୍ମୁଖୀନ ହେଉଥିବା ଦୁର୍ବଳ ଚାଷୀ ସମ୍ପ୍ରଦାୟର ସ୍ଥିରତାକୁ ସୁଦୃଢ଼ କରିବାକୁ ଭାରତ ଓ ଶ୍ରୀଲଙ୍କା ସରକାରଙ୍କ ମିଳିତ ଉଦ୍ୟମ ଓ ବିଶ୍ଵ ଖାଦ୍ୟ ପରିସଂସ୍ଥା ଦ୍ଵାରା ପରିଚାଳିତ ଏକ ଆଞ୍ଚଳିକ ଅନୁକୁଳକ ପ୍ରକଳ୍ପ ADAPT 4 R ଆଡ଼ାପ୍ଟ ଫୋର ଆର୍ ର ଗୋଷ୍ଠୀ ଭିତ୍ତିକ ସହଭାଗୀ ଯୋଜନା ଦ୍ବାରା ଜଳବାୟୁ ଅନୁକୂଳ ଯୋଜନା ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଭଇଁସାଦାନୀ ଏବଂ ପାଟଦର୍ହା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଶ୍ଵ ଖାଦ୍ୟ ପରିସଂସ୍ଥାର ରାଜ୍ୟ ପ୍ରକଳ୍ପ ସଂଯୋଜକ ତୁଷାରକାନ୍ତ ଦାସ ଏବଂ ଜିଲ୍ଲା ଅଧିକାରୀ ରାକେଶ ସାହୁଙ୍କ ତତ୍ତ୍ଵାବଧାନରେ ଉପରୋକ୍ତ ଦୁଇ ଗ୍ରାମ ପାଇଁ ଜଳ ବାୟୁ ଅନୁକୂଳ ଯୋଜନା ପ୍ରସ୍ତୁତ କରାଯାଇଥିଲା ।ଭଇଁସାଦାନୀ ସରପଂଚ ଗିରିଜା ମାଝୀ,ସ୍ଥାନୀୟ ୱାର୍ଡ ମେମ୍ବର,ଅଙ୍ଗନୱାଡ଼ି କର୍ମୀ,ଆଶା ଦିଦି,ମିଶନ ଶକ୍ତିରୁ ସି ଆର୍ ପି ଓ ଗ୍ରାମବାସୀମାନେ ଉପସ୍ଥିତ ରହି ଯୋଜନା ପ୍ରସ୍ତୁତିରେ ସାହାଯ୍ୟ କରିଥିଲେ ।ଏହି ଯୋଜନାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଦୁର୍ବଳ ଓ ମହିଳାଙ୍କ ସ୍ଥିରତା ବଜାୟ ରଖିବା ଉପରେ ଗୁରୁତ୍ବ ଦିଆଯାଇ ଜୀବିକା,ସ୍ଥିର କୃଷି ପଦ୍ଧତି ଏବଂ ଜଳବାୟୁ ସେବାରେ ଉନ୍ନତ ନିବେଶକୁ ସାମିଲ କରାଯାଇଛି ।ଆକାଂକ୍ଷି ବ୍ଲକ ସହଯୋଗୀ ରାକେଶ କୁମାର ଷଡଙ୍ଗୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow