ଜିଲ୍ଲା ସ୍ତରୀୟ ପୁରୁଷ ବନ୍ଧ୍ୟାକରଣ ପକ୍ଷ-୨୦୨୫ ପାଳିତ

Dec 5, 2025 - 22:01
 0  18
ଜିଲ୍ଲା ସ୍ତରୀୟ ପୁରୁଷ ବନ୍ଧ୍ୟାକରଣ ପକ୍ଷ-୨୦୨୫ ପାଳିତ

,ସୁବର୍ଣ୍ଣପୁର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

 ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ପୁରୁଷ ବନ୍ଧ୍ୟାକରଣ ପକ୍ଷ-୨୦୨୫ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନାଇକେନପାଲି ଠାରେ ଅଧ୍ୟକ୍ଷ ଡାକ୍ତର ରାମଶଙ୍କର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟଂତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ , ଜିଲ୍ଲା ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବୃନ୍ଦାବନ ସାହୁ, ଡାକ୍ତର ଚିତ୍ତରଞ୍ଜନ ତ୍ରିପାଠୀ ଡାକ୍ତର ଆୟୁଷ, ଡାକ୍ତର ଲୋପାମୁଦ୍ରା ପଧାନ ଡାକ୍ତର ଆୟୁଷ ଉପସ୍ଥିତ ଥିଲେ l ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ନାଇକେନପାଲି ର ଅଧ୍ୟକ୍ଷ ଡାକ୍ତର ରାମଶଙ୍କର ତ୍ରିପାଠୀ ସମସ୍ତ ଅତିଥି ଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ପୁରୁଷ ବନ୍ଧ୍ୟାକରଣ ଦ୍ଵାରା ପୁରୁଷ ଏବଂ ପରିବାର ପ୍ରତି ହେଉଥିବା ଉପକାର ବିଷୟରେ ପୁଙ୍ଖାନୁ ପୁଙ୍ଖ ଭାବରେ ବୁଝାଇ ଦେଇଥିଲେ l ଏହାସମେତ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ନଳିନୀପ୍ରଭା ମେହେର ଏବଂ ଶାନ୍ତନୁ କୁମାର ମେହେର, ସିମାଞ୍ଚଳ ଦାସ ଏବଂ ସରୋଜ ଗାନ ସେକଟର ସୁପରଭାଇଜର, ସୁଶାନ୍ତ କୁମାର ନାଏକ ନଥିପତ୍ର ସହାୟକ, ଅମିତ କୁମାର ପଧାନ ଙ୍କ ତତ୍ଵାବଧାନ ରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏବଂ ସମସ୍ତ ଆଶା ଓ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନ୍ମକ୍ଷମ ଦମ୍ପତି ମାନେ ଉପସ୍ଥିତ ଥିଲେ l ଏହାସମେତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ବୃନ୍ଦ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l ଶେଷରେ ନଳିନୀ ପ୍ରଭା ମେହେର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow