ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର ଙ୍କୁ ଜନ୍ମ ମାଟି ରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

Sep 7, 2024 - 09:42
 0  492
ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର ଙ୍କୁ ଜନ୍ମ ମାଟି ରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ନର୍ଲା: ଲୋକ୍ ଆବାଜ.ଇନ୍( ଜଗତ ରାମ ସାହୁ)

: ଚଳିତ ମାସ ୫ ତାରିଖ ଗୁରୁ ଦିବସ ଦିନ ଆମ ଦେଶ ର ୫୦ ଜଣ ଶିକ୍ଷକ ଙ୍କୁ କେନ୍ଦ୍ର ସରକାର ଙ୍କ ତରଫରୁ ଜାତୀୟ ଶିକ୍ଷକ ସମ୍ମାନ ରେ ସମ୍ମାନିତ କରିଛନ୍ତି ଦେଶର ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେଥି ମଧ୍ୟରୁ ଆମ ଓଡ଼ିଶା ର ଦୁଇ ଜଣ ଶିକ୍ଷକ ମଧ୍ୟ ଉକ୍ତ ସମ୍ମାନ ରେ ସମ୍ମାନିତ ହେବା ପାଇଁ ଆମ ଦେଶ ର ରାଜଧାନୀ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ରେ ଅନୁଷ୍ଠିତ ଉକ୍ତ ଭବ୍ୟ କାର୍ଯ୍ୟକ୍ରମ ରେ ଯୋଗେ ଦେଇଥିଲେ। ସେହି ଦୁଇଜଣ ଙ୍କ ମଧ୍ୟରୁ ଜଣେ ରାୟଗଡ଼ା ଜିଲ୍ଲା ର ଶିକ୍ଷକ ହୋଇ ଥିବା ବେଳେ ଅନ୍ୟ ଜଣେ କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ ଜୟ ଦୁର୍ଗା ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ।

ଆଜି ସେ ଟ୍ରେନ ଯୋଗେ ଫେରି ଛନ୍ତି ସେଥିପାଇଁ ନର୍ଲାଅଞ୍ଚଳ ବାସୀ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ସହିତ ପୋଛୋଟି ଆଣୁଥିବା ଦେଖିବାକୁ ମିଳିଛି।ନୂଆଁ ଖାଇ ପୂର୍ବରୁ ଏହି ଖୁସି ଅଞ୍ଚଳ ବାସୀ ମନରେ ନୂଆଁ ଉଦ୍ଦୀପନା ଜାଗ୍ରତ କରୁ ଥିବା ମନେ ହେଉଛି।ନର୍ଲା ଅଞ୍ଚଳ ର ଛାତ୍ର ଛାତ୍ରୀ ଙ୍କ ପାଇଁ ଶ୍ରୀ ଯୁକ୍ତ କର ହେଉ ଛନ୍ତି ପ୍ରେରଣା ର ପାତ୍ର ଓ ଦିଗ୍ ଦର୍ଶକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି  I 

What's Your Reaction?

like

dislike

love

funny

angry

sad

wow