ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ...... ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ

କର୍ଲାମୁଣ୍ଡା :୨୪/୪(ଲୋକ ଆବାଜ. ଇନ /ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ବିଡ଼ିଓ ଦେବେନ୍ଦ୍ର ସାମଲ,ବ୍ଲକ ଅଧକ୍ଷ୍ୟା କୁନି ସାହୁ,ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ସିଡିପିଓ କଳ୍ପ ଲତା ତ୍ରିପାଠୀ,ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରୀଆ,ରିଷିଡା ସରପଞ୍ଚ ସେବତୀ ରଣା, ପୌରକେଲା ଯଶୋଶ୍ୱିନୀ ଧରୁଆ,ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ସ୍ୱାଗତ କୁମାର ପାଣିଗ୍ରାହୀ, ଅନୁଷ୍ଠିତ କାର୍ଯ୍ୟକ୍ରମ ର ସାଂସଦ ପ୍ରତିନିଧି ହୃଦାନନ୍ଦ ସାହୁ, ବିଜେପି ନେତା ଦୟା ନିଧି ସାହୁ,ଗୋବିନ୍ଦ ସାହୁ , ଲିଙ୍ଗ ରାଜ ସାହୁ,ସଞ୍ଜୟ ଜୈନ, ବନ ମାଲି ସାହୁ,ଶୁଭ୍ରାଂଶୁ ସାହୁ,ଜୋରାଡବରା ମଣ୍ଡଳ ଜିଲ୍ଲା ପ୍ରତିନିଧି ଶିଶିର ସାହୁ ,ଧରିତ୍ରୀ ପ୍ରତିନିଧି ପ୍ରଦୀପ କୁମାର ସାହୁ, ସାମ୍ବାଦିକ ନରୋତ୍ତମ ସେଲମା, ଭଜ ଶ୍ୟାମ ସାହୁ ପ୍ରମୁଖ ଉପସ୍ଥିତ ରହି ଆଜି ଦିନର ତାପ୍ତର୍ଯ୍ୟ ଉପରେ ଆଲୋଚନା କରିଥିଲେ।
ଏହି ଅବସରରେ ନୂତନ ହିତାଧିକାରୀ ଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିପିଏମ୍ ଅଜିତ ସିଂ କୁମାର ,ବ୍ଲକ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କିଶୋର ଚନ୍ଦ୍ର ଦାସ ଯୋଗ ଦେଇ ହିତାଧିକାରୀ ମାନଙ୍କୁ ମଶାରୀ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ଅଞ୍ଚଳରୁ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ।
What's Your Reaction?






