ଜିଲ୍ଲା ସ୍ତରୀୟ ଯୁବ ରେଡ଼ କ୍ରସର ତିନି ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ।

Nov 24, 2024 - 20:32
 0  245
ଜିଲ୍ଲା ସ୍ତରୀୟ ଯୁବ ରେଡ଼ କ୍ରସର ତିନି ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ।

ମାଲକାନଗିରି :ଲୋକ ଆବାଜ. ଇନ( ଅବଦୁଲ ଗାନି ଙ୍କ ରିପୋର୍ଟ )

 ଜିଲ୍ଲା ସ୍ତରୀୟ ଯୁବ ରେଡ଼ କ୍ରସ ପ୍ରଶିକ୍ଷଣ ଶିବିର ମାଲକାନଗିରି ଜିଲ୍ଲା ମାଥିଲି ସଦର ମହକୁମା ଠାରେ ଥିବା ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଜି ଉଦଯାପିତ ହୋଇଯାଇଛି।ଏହି ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ସୁବ୍ରତ କୁମାର ଭଦ୍ର ଙ୍କ ନେତୃତ୍ୱରେ ଆୟୋଜିତ ପ୍ରଶିକ୍ଷଣ ଉଦଯାପିତ ଶିବିରରେ ମୁଖ୍ୟ ଅତିଥି ଭାବରେ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା,ମୁଖ୍ୟ ବକ୍ତା ଭାବରେ ସହକାରୀ ଜିଲ୍ଲାପାଳ ଅଜୟ କୁମାର ମାଣ୍ଡାଙ୍ଗି, ସମ୍ମାନିତ ଅତିଥି ଭାବରେ ସହକାରୀ ଜିଲ୍ଲାପାଳ ପ୍ରସନ୍ନ କୁମାର ପାଢୀ,ଜିଲ୍ଲା କ୍ରୀଡା ଉପ ଅଧିକ୍ଷକ କାର୍ତ୍ତିକ ଚନ୍ଦ୍ର ବେହେରା,ପୁର୍ବତନ ବ୍ଲକ ଅଧ୍ୟକ୍ଷ ସ୍ମୃତି ରଞ୍ଜନ ପାଢ଼ୀ,ମାଥିଲି ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ।ରେଡ଼ କ୍ରସ ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ କୁମାର ବିଶ୍ବାଳ,ମାଥିଲି ଅଗ୍ନିଶମ ଅଧିକାରୀ ସୁନୀଲ କୁମାର ପାତ୍ର ଯୋଗ ଦେଇ ଅଗ୍ନି ନିରାପତ୍ତା ଉପରେ ଆଲୋକପାତ କରିବା ସହିତ ଅଗ୍ନି ନିରାପତ୍ତା ଉପରେ ପ୍ରଶିକ୍ଷଣ ଦେଇଥିଲେ। ଶଶାଙ୍କ ଶେଖର ପଟ୍ଟନାୟକ ଯୋଗ ଦେଇ ଉକ୍ତ ପ୍ରଶିକ୍ଷଣ ଶିବିରରେ ରକ୍ତ ସଂଗ୍ରହ ଶିବିର ସହିତ ଏଡସ ସଚେତନତା କ୍ୟାମ୍ପ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଯୋଗ ଶିବିର ଏବଂ ଯୁବ ରେଡ଼ କ୍ରସ ଭଲ୍ୟୁଣ୍ଟାରି ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଛି।ପ୍ରଶିକ୍ଷଣ ଶିବିରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ସୁବ୍ରତ କୁମାର ଭଦ୍ର ସଭାପତିତ୍ୱ କରୁଥିବା ବେଳେ ବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।ଏବଂ ଶେଷରେ ବିଦ୍ୟାଳୟ ର ଅଧ୍ୟାପିକା କାବେରୀ ପରିଡା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

like

dislike

love

funny

angry

sad

wow