ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଟିକ୍ରାପଡା ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ନୂଆପଡା: ଲୋକ ଆବାଜ୍.ଇନ୍(ରାମନାଥ ପଣ୍ଡା ଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଟିକ୍ରାପଡା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ସୁରଭି ଅନୁଷ୍ଠିତ ହୋଇଯାଇଛି ।ସି ଆର୍ ସି ସି ଗୌର ଚନ୍ଦ୍ର ରଣା ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଡିଲୁ ସାହୁ ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ଟିକ୍ରାପଡା,ସମ୍ମାନିତ ଅତିଥି ଭାବରେ ସରପଂଚ ପ୍ରତିନିଧି ପ୍ରସନ୍ନ ତାଣ୍ଡି, ଟିକ୍ରା ପଡା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ନଗେନ୍ଦ୍ର ପଣ୍ଡା ମଞ୍ଚା ସିନ ଥିବାବେଳେ ସହକାରୀ ଶିକ୍ଷକ ମନୋରଞ୍ଜନ ବାଗ ମଞ୍ଚ ପରିଚାଳନା କରିଥିଲେ।ଶିଶୁ ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ଅନ୍ୱେଷଣ କରିବା,ଶିଶୁମାନେ ତାଙ୍କ ନିଜ ନିଜ କଳାକୁ ଉଜ୍ଜୀବିତ କରି ଲୋକ ଲୋଚନକୁ ମଞ୍ଚ ମାଧ୍ୟମରେ ଆଣିବା ପାଇଁ ଏହି ସୁରଭି କାର୍ଯ୍ୟକ୍ରମ ସମସ୍ତ ଶିଶୁଙ୍କୁ ସହଯୋଗ କରିପାରୁଛି ।
ଆଜିର ଆୟୋଜିତ ସୁରଭି କାର୍ଯ୍ୟକ୍ରମରେ ଗଣିତଦୌଡ଼,ବିତର୍କ,ପ୍ରବନ୍ଧ,ଚିତ୍ରାଙ୍କନ, ନୃତ୍ୟ,ସଙ୍ଗୀତ,ସୃଜନଶୀଳ ଲିଖନ,ହସ୍ତାକ୍ଷର,ଦଳଗତ ନୃତ୍ୟ,ଲୋକ ନୃତ୍ୟ ଆଦି ପ୍ରତିଯୋଗିତା ଛାତ୍ର ଛାତ୍ରୀଙ୍କ ମଧ୍ୟରେ କରାଯାଇଥିଲା ।ପ୍ରତିଟି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ସ୍ତରୀୟ କାର୍ଯ୍ୟକ୍ରମରେ ପୁନର୍ବାର ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି ।କନିଷ୍ଠ ଓ ବରିଷ୍ଠ ବିଭାଗ କରି ପ୍ରତିଯୋଗିତା କରାଯାଇଥିଲା ।କନିଷ୍ଠ ବିଭାଗ ଚିତ୍ରାଙ୍କନରେ ସୋହନ କୁମାର ରାଉତ,ସୃଜନଶୀଳ ଲିଖନରେ ହସିନା କୁଲଦୀପ,ବତ୍କୃତାରେ ଶ୍ରୀମା ଅର୍ପିତା ଖମାରୀ,ସଙ୍ଗୀତ ବୈଷ୍ଣବ ଛତ୍ରିଆ,ହସ୍ତାକ୍ଷର ଡୋଲେଶ୍ୱରି ଦୀପ କୃତିତ୍ୱ ଲାଭ କରିଥିବାବେଳେ ବରିଷ୍ଠ ବିଭାଗରୁ ବିତର୍କରେ ସୁଷମା ନାୟକ,ଚିତ୍ରାଙ୍କନରେ କୁଳମଣି ଶବର,ପ୍ରବନ୍ଧରେ ଯାଜ୍ଞସେନି ରଣା,କୁଇଜ୍ ସଞ୍ଜୟ ମାଝୀ,ସୃଜନ ଶିଳ ଲିଖନ ରେ ଯଶୋଦା ରଣା, ବତ୍କୃତାରେ ଦିବ୍ୟା ରଣା ଓ ସଙ୍ଗୀତରେ ଲିଲି ଶବର କୃତିତ୍ୱ ଲାଭ କରିଛନ୍ତି । ମନିଶାମଞ୍ଜରି ଜଗତ,ମମତାଞ୍ଜଳି ଶବର,ରଜନୀ ଦୀପ,ଶୁକଦେବ ପ୍ରଧାନ,ଅମିତ୍ ଦୁବେ,ମଧୁସ୍ମିତା ଖମାରୀ ଓ କ୍ଲୁଷ୍ଟର୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ,ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ସାହୁ କାର୍ଯ୍ୟକ୍ରମ ସଫଳ ହେବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।ଶିଶୁ ମାନଙ୍କ ନିଜ ପରିଚୟ ସୃଷ୍ଟି କରିବାର ଉତ୍ତମ ପ୍ଲାଟଫର୍ମ ହେଉଛି ସୁରଭି ।
What's Your Reaction?






