କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ର ସଦସ୍ୟତା ସଂଗ୍ରହ ଅଭିଯାନ

କଣ୍ଟାମାଳ୧୮/୧୨ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ର ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ପଲଶାଗୋରା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି |
ବିଜେଡି ବୌଦ୍ଧ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମହୀଧର ରଣା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଅଭିଯାନ କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ ଯୁବ ବିଜେଡି ଉପସଭାପତି ଦିଲ୍ଲୀପ ସେନାପତି, ରାଜ୍ୟ ସମ୍ପାଦକ ସତ୍ୟଜିତ ପଟ୍ଟନାୟକ ଯୋଗଦେଇ ବିଜେଡିର ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ଉପରେ କର୍ମି ମାନଙ୍କୁ ବୁଝାଇ ଥିଲେ |ଏହି କାର୍ଯ୍ୟକ୍ରମ ରେ ବିଜେଡି ନେତା ରାଧାବଲ୍ଲଭ ପ୍ରଧାନ, ଶମ୍ଭୁ ପ୍ରସାଦ ସାହୁ, ଜାନି ସେନାପତି, ମହେନ୍ଦ୍ର ରଣା, ସନ୍ତୋଷ ଦନ୍ତା,କିସାନ ପ୍ରଧାନ ଓ ବିଜେଡି ନେତା ଓ କର୍ମୀ ମାନେବହୁ ସଂଖ୍ୟାରେ ଉପସ୍ଥିତ ରହି ନୂତନ ସଦସ୍ୟ ସଂଗ୍ରହ କିପରି କରାଯାଇ ବିଜେଡକୁ କଣ୍ଟାମlଲରେ ସଂଗଠନ କୁ ସୁଦୃଢ କରାଯିବ ତାହା ଉପରେ ଅତିଥି ଓ ନେତାମାନେ ଆଲୋଚନା କରିଥିଲେ |ବିଜେଡି ବ୍ଲକ ସଭାପତି ପ୍ରେମରାଜ ରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |
What's Your Reaction?






