ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି ପକ୍ଷରୁ ପ୍ରତିଷ୍ଠା ଦିବସ ଓ ନୂଆଁ ଖାଇ ଭେଟ ଘାଟ ପାଳନ

Sep 5, 2025 - 16:07
 0  19

ସୁବର୍ଣ୍ଣପୁର ସ୍ମାର୍ଟ୍ ପାର୍କ ଠାରେ ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି ପକ୍ଷରୁ ଅନୁଷ୍ଠାନ ର ପ୍ରତିଷ୍ଠା ଦିବସ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ଯ କ୍ରମ ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵୀକୃତି ପାଇଥିବା ଅନୁଷ୍ଠାନ ର ପଞ୍ଜିକରଣ ପତ୍ର କୁ ଜିଲ୍ଲାପାଳ ଙ୍କ ଦ୍ବାରା ଉନ୍ମୋଚନ କରଯାଇଥିଲା l ଏହି ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ ନୃପ ରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦେହ ମନ ଓ ନିଜ ସହିତ ଯୋଡ଼ି ହେଲେ ଈଶ୍ୱର ଙ୍କ ସହ ଆପେ ଯୋଡ଼ି ହୋଇ ପରିବା ବୋଲି ମତ ରଖି ଥିଲେ l ଓ ଯୋଗାଭ୍ୟାସ ମାଧ୍ୟମରେ ସହର ତଥା ଗାଁ ଗାଁ ରେ ଯୋଗ ର ପ୍ରଚାର ପ୍ରସାର କରାଇବା ଅନୁଷ୍ଠାନ ର ଏହି ସାମୁହିକ ପ୍ରୟାସ କୁ ଭୂୟସୀ ପ୍ରଶଂସା କରିଥିଲେ l ସମ୍ମାନିତ ଅତିଥି ଭାବରେ ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାୟକ, ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଋଷି ମାଝୀ, ଏ ଡି ଏମ୍ ଓ ଡ଼ା. ଦୁର୍ଗା ଦତ୍ତ ଦାଶ, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରତାପ ପୁରୋହିତ, ଯୋଗ ସେବା ସମିତି ର ସଭାପତି ଗୋପାଳ ନେଗି ଯୋଗ ଦେଇ ଯୋଗ ଅଭ୍ୟାସ ଜାରି ରଖି ରୋଗ ରୁ ମୁକ୍ତି ପାଇବା ପାଇଁ ସଂକଳ୍ପ ନେଇ ଥିଲେ ଓ ପ୍ରତି ଘରେ ଏ ବାର୍ତ୍ତା ପହଞ୍ଚାଇବାକୁ ପରାମର୍ଶ କରିଥିଲେ l ସମସ୍ତ ଅତିଥି ମା ସୁରେଶ୍ଵରୀ ଓ ସର୍ବ ପଲ୍ଲୀ ରାଧା କ୍ରୀଷ୍ଣନ ଙ୍କ ଫଟୋ ଚିତ୍ର ରେ ଧୂପ ଦୀପ ପୁଷ୍ପ ଅର୍ପଣ କରି ଥିବା ବେଳେ ସଙ୍ଗୀତକାର ପୁରନ୍ଦର ଠେଲା ଓ ମନୋରଂଜନ ତ୍ରୀପାଠୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ l ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତି ଓ ମିସ୍ ଇତିଶ୍ରୀ ଡ଼ାଙ୍ଗ ସଭା ସଂଯୋଜନା କରିଥିଲେ l ସମାଜସେବୀ ଭଜନ ଲାଲ୍ ଅଗ୍ରୱାଲ, ଯୋଗ ଗୁରୁ ମନୋଜ୍ ପଣ୍ଡା, ଓ ଆଇନଜୀବୀ ପ୍ରତାପ ପୁରୋହିତ ଙ୍କୁ ଜିଲ୍ଲାପାଳ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l କୁନି ପ୍ରତିଭା ମିସ ହଂଶିକା ମିଶ୍ର ଯୋଗ ମାଧ୍ୟମରେ ଡେମୋ ପ୍ରଦର୍ଶନ କରିଥିବା ବେଳେ ଅନୁଷ୍ଠାନ ସଭାପତି ଗୋପାଳ ନେଗି ଧନ୍ୟବାଦ୍ ଅର୍ପଣ କରିଥିଲେ l ଅନୁଷ୍ଠାନ ର ଶତାଧିକ ସଦସ୍ୟ ଅତିଥି ଙ୍କୁ ସ୍ୱାଗତ କରିବା ସହ କାର୍ଯ୍ଯ କ୍ରମ ରେ ସହଯୋଗ କରିଥିଲେ l ଏହି ପାର୍କ ରେ ଏକ ହର୍ବାଲ ଗାର୍ଡେନ ତିଆରି ପାଇଁ ଅତିଥି ଙ୍କ ଦ୍ଵାରା ଆଜି ଏଠାରେ କିଛି ଔଷଧିୟ ବୃକ୍ଷ ରୋପଣ କରାଯାଇଛି l

What's Your Reaction?

like

dislike

love

funny

angry

sad

wow