ନବମ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l

ମାଲକାନଗିରି୧୮/୧୨(ଲୋକ ଆବାଜ. ଇନ,ଅବଦୁଲ ଗାନି ଙ୍କ ରିପୋର୍ଟ)
ମାଥିଲି ବ୍ଲକ ଅନ୍ତର୍ଗତ ସରକାରୀ ଉର୍ନ୍ନିତ ଉଚ୍ଚ ବିଦ୍ୟାଳୟ ଉଦୁଲି ବେଡା ର ପ୍ରଧାନ ଶିକ୍ଷକ ସଂଜିପ୍ ପାଣିଗ୍ରାହୀ ଙ୍କ ଅବଦାନ ପ୍ରକାରେ l ଆଜି ନବମ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ୨୦୨୪/୨୫ ର ଅନୁଷ୍ଠିତ ହଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ,ବରିଷ୍ଠ ସମାଜ ସେଵୀ ରାମ ଗବିନ୍ଦ ପଣ୍ଡା,ବରିଷ୍ଠ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦୟାନିନ୍ଦୀ ପାଣିଗ୍ରାହି,ମାଲକାନଗିରି ଆର୍ଟ୍ସ କଲେଜ ପ୍ରିନ୍ସପାଲ୍ଲ ଲିଙ୍ଗ ରାଜ ମିଶ୍ର, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ କାର୍ତ୍ତିକ ଚନ୍ଦ୍ର ବେହେରା,ପୂର୍ବତନ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅନୁପ୍ ପରିଚା,ଉଦୁଲି ବେଡା ସରପଞ୍ଚ ଦେବାନନ୍ଦ ଖିଲ, ସମିତି ସଭ୍ୟ ଭି ରାମେଶ୍ୱର ରାଓ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମହେନ୍ଦ୍ର ମାଳି,ଏବଂ ଏହି କାର୍ଯ୍ୟକ୍ରମ ରେ ସହଜ କରିଥିବା ଦିଲ୍ଲୀପ ରାଉତ,ଶନ୍ତଷ ବେହେରା,ଶନ୍ତଷ ସିଂ ରେଡି,ସିଲୁ ବେହେରା l ବିଦ୍ୟାଳୟ ଷ୍ଟାପ୍ ୧୩ ଜଣ ଙ୍କ ଉପସ୍ଥିତ ସହ ଛାତ୍ର ଛାତ୍ରୀ ଙ୍କ ଅବିଭାବକ ପ୍ରାୟ ଉପସ୍ଥିତ ହଇଥିଲେ l ଏବଂ ଏହି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ପ୍ରାୟ ୪୩୭ ଜଣ ରହୁଥିବା ବେଳେ ୨୧୪ ଜଣ ନବମ ବାର୍ଷିକ କ୍ରୀଡା ରେ ଭାଗନେଇ ପୁରସ୍କାର ପାଇଛନ୍ତି l ଏହା ଏକ ବହୁ ସଫଳ ତା ର ବାର୍ତା ଯାହାକି ଏହି କାର୍ଯ୍ୟକ୍ରମ ଆଗରୁ କେବେ ମଧ୍ୟ ଏମିତି ଆଡମ୍ବର ସହ କରାଯାଇ ନ ଥିଲା l ତେଣୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଂଜିପ୍ ପାଣିଗ୍ରାହୀ ଙ୍କୁ ପିଲା ଙ୍କ ମନ ଆନନ୍ଦ ଉଲ୍ଲାସ କରେଇବା ସହ ଉର୍ନ୍ନତ ଧରଣ ର ଚିନ୍ତା ଗୃହତ ହେବାକୁ ଲାଗିବାରେ ସହାୟକ ହେବ ବୋଲି,ବୃଦ୍ଧିଜୀବୀ ମାହୁଲ୍ ରୁ ପ୍ରସଂସନୀୟ ହେବାରେ ଲାଗିଛି l
What's Your Reaction?






