ବୋଡ଼େନରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦

Feb 5, 2026 - 19:04
 0  50
ବୋଡ଼େନରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦

ନୂଆପଡ଼ା - ଲୋକ ଅବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)

ଭାରତ ସରକାରଙ୍କର ନୀତି ଆୟୋଗର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦେଶର ଅନୁନ୍ନତ ଅଞ୍ଚଳର ଦୃତ ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ଆକାଂକ୍ଷି ବ୍ଲକ ଅଧିନରେ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ପଞ୍ଚାୟତ ସମିତି ବୋଡ଼େନ ଦ୍ବାରା ବୋଡ଼େନ ବ୍ଲକର ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ରଣାଙ୍କ ତତ୍ତ୍ଵାବଧାନ ଓ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ନୂଆପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଅତିରିକ୍ତ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୁଏ, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସଙ୍ଗୀତା ମାଝୀ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରେଶ୍ୱର୍ ମେହେର, ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରୀ ସଞ୍ଜୀବ ନାଏକ, ଶିଶୁ ବିକାଶ ପ୍ରକଲ୍ପ ଅଧିକାରୀ ଅର୍ଚ୍ଚନା ରାଉତ, ଗୋଷ୍ଠି କୃଷି ଅଧିକାରୀ ଦୁଃଖୀରାମ ଟୁଡୁ, ଗୋଷ୍ଠୀ ପ୍ରାଣୀସମ୍ପଦ ଅଧିକାରୀ ଡ ସୁସ୍ମିତା ବିଶ୍ବାଳ ପ୍ରମୁଖ ମଞ୍ଚାସିନ ଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ଆକାଂକ୍ଷି ବ୍ଲକ ସହଯୋଗୀ ରାକେଶ କୁମାର ଷଡଙ୍ଗୀ ସମ୍ପୂର୍ଣତା ଅଭିଯାନ ୨.୦ ର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିଡ଼ିଓ ଶ୍ରୀ ରଣା ତାଙ୍କର ପ୍ରାରମ୍ଭିକ ଭାଷଣରେ ବ୍ଲକକୁ ଦିଆଯାଇଥିବା ୬ ଟି ସୁଚକାଙ୍କ ଲକ୍ଷ୍ୟ ସମ୍ଵନ୍ଧରେ ବିସ୍ତୃତ ରୂପରେ ଜଣାଇଥିଲେ ଯାହା ଶିଶୁ ବିକାଶ ବିଭାଗ, ଶିକ୍ଷା ବିଭାଗ ଓ ପ୍ରାଣୀସମ୍ପଦ ବିଭାଗ, ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ୨୮ ଜାନୁଆରୀ ୨୦୨୬ ରୁ ଆରମ୍ଭ ହୋଇ ୧୪ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ କାର୍ଯକାରୀ ହେବ । ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥିଗଣ ସମସ୍ତଙ୍କ ସମନ୍ଵୟ ଓ ସହଭାଗିତା କାମନା କରି ବ୍ଲକର ଦୃତ ବିକାଶ ସହ ସାମଗ୍ରିକ ଉନ୍ନତି ଉପରେ ଗୁରୁତ୍ଵ ଦେଇଥିଲେ । ସମସ୍ତ ବିଭାଗୀୟ କର୍ମଚାରୀ, ସମସ୍ତ ଜନ ପ୍ରତିନିଧି, ଜନ ସାଧାରଣ, ପ୍ରାଶାସନିକ ଅଧିକାରୀ ଓ କର୍ମଚାରୀ ଆଦି ସମସ୍ତେ ଏକ ହୋଇ କାର୍ଯ୍ୟ କରି ବ୍ଲକକୁ ସୁସ୍ଥ, ସମୃଦ୍ଧ ଭାବରେ ଗଢି ତୋଳିବା ପାଇଁ ଶପଥ ପାଠ କରିଥିଲେ । ବିଭାଗ ମାନଙ୍କ ଦ୍ଵାରା ପ୍ରଦର୍ଶନୀ ଷ୍ଟଲ୍ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସ୍ଵୟଂ ସହାୟକ ଗୋଷ୍ଠୀ, ଛାତ୍ର ଛାତ୍ରୀ, ସମସ୍ତ ବିଭାଗୀୟ ତୃଣମୂଳ ସ୍ତର କର୍ମଚାରୀ, ଚାଷୀ, ଜନସାଧାରଣ, ପିରାମଲ ଫାଉଣ୍ଡେସନର କର୍ମଚାରୀ ଆଦି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଏବିଏଫ୍ ରାକେଶ କୁମାର ଷଡଙ୍ଗୀ ପରିଚାଳନା କରିଥିବା ବେଳେ ସିଆରସିସି ଉମାକାନ୍ତ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ । ପଞ୍ଚାୟତ ସମିତିର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow