ପୂର୍ବତନ ସରପଞ୍ଚଙ୍କ ବିୟୋଗରେ ନାଗ ପଡା ପଞ୍ଚାୟତରେ ଶୋକସଭା

Dec 5, 2024 - 07:29
 0  8
ପୂର୍ବତନ ସରପଞ୍ଚଙ୍କ ବିୟୋଗରେ ନାଗ ପଡା ପଞ୍ଚାୟତରେ ଶୋକସଭା

ନୂଆପଡ଼ା - ଲୋକ ଆବାଜ.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ) ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ନାଗପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପୂର୍ବତନ ସରପଂଚ କୈଳାସ ମାଝୀଙ୍କ ବିୟୋଗରେ ବର୍ତ୍ତମାନର ସରପଂଚ ଗମ୍ଭୀର ତାଣ୍ଡିଙ୍କ ନେତୃତ୍ୱରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।

ସ୍ବର୍ଗତ କୈଳାସ ମାଝୀ ତାଙ୍କ ଜୀବନରେ ତିନି ଥର ସରପଂଚ ଭାବରେ ବିଜୟ ଲାଭ କରି ତାଙ୍କ ପଞ୍ଚାୟତ ତଥା ବ୍ଲକର ଅନେକ ଲୋକଙ୍କ ସେବା କରି ଲୋକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି ।ଆଜିକାର ଶୋକ ସଭାରେ ସରପଂଚ ଗମ୍ଭୀର ତାଣ୍ଡି,ସମିତି ସଭ୍ୟା ସବିତା ଜଗତ,ନାଏବ ସରପଞ୍ଚ ପ୍ରତିନିଧି ମାଦଲା ଚିନ୍ଦା, କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ସାହୁ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୁର୍ଯ୍ଯୁ ହଂସ,ଡି ଇ ଓ ନବୀନ ଘିଭେଳା,ପୂର୍ବତନ ସରପଂଚ ନକୁଲ ମାଝୀ,ସମାଜ ସେବୀ ରଘୁନାଥ ମାଝୀ,ଗଜିନ୍ଦ୍ର ମାଝୀ,ୱାର୍ଡ ମେମ୍ବର ନୀଳାମ୍ବର ମାଝୀ,ଗ୍ରାମ ସାଥୀ ଟିକେ ରାମ କଟା ଓ ଟୁନା ଚିନ୍ଦା,ଦୁର୍ବଳ ସଗରିଆ,ଗଗନ ମାଝୀ,ସୁନ୍ଦର ମାଝୀ,ଚୈତନ୍ୟ ମାଝୀ, କୋଦୋ ମାଝୀ ପ୍ରମୁଖ ଉପସ୍ଥିତ ରହି ଶୋକ ପାଳନ କରିଥିଲେ ।ସର୍ବ ପ୍ରଥମେ ସ୍ବର୍ଗତ ମାଝୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ ଦେଇ ପୂଜାର୍ଚ୍ଚନା କରି ଶୋକ ପାଳନ କରିଥିଲେ ।

What's Your Reaction?

like

dislike

love

funny

angry

sad

wow