ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଞ୍ଚମ ବାର୍ଷିକ ଉତ୍ସବ......
କର୍ଲାମୁଣ୍ଡା:ଲୋକ ଆବାଜ.ଇନ(ପ୍ରଦୀପ ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଜୋରାଡବରା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ପଞ୍ଚମ ବାର୍ଷିକ ଉତ୍ସବ ଶୁକ୍ରବାର ପାଳନ ହେଇଯାଇଛି।
ଏହି ଅବସରରେ ଆୟୋଜିତ ସଭା ରେ ପରିଚାଳନା ସମିତିର ସଭାପତି ଈଶ୍ୱର ଚନ୍ଦ୍ର ମାଝୀ ଙ୍କ ସଭାପତିତ୍ୱ ରେ ଅତିଥି ଭାବେ କର୍ଲାମୁଣ୍ଡା ବ୍ଲକ ଅଧକ୍ଷ୍ୟା କୁନି ସାହୁ, କଳାହାଣ୍ଡି ଜିଲ୍ଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼,କର୍ଲାମୁଣ୍ଡା ବ୍ଲକ ଖ ଯୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ କୈଳାଶ ପଧାନ,ପରିଚାଳନା ସମିତି ରସମ୍ପାଦକ କ୍ଷୀରୋଦ ବଡ଼ମାଳୀ ,ମୁଖ୍ୟ ବକ୍ତା ଭାବେ ତୁଷୁରା ସଂକୁଳ ସ୍ତରୀୟ ସଂକୁଳ ପ୍ରମୁଖ ଆଶୁକବି ହେମନ୍ତ କୁମାର ଦାସ ପ୍ରମୁଖ ଯୋଗ ଦେଇ ଶିଶୁ ବିଦ୍ୟାମନ୍ଦିର ଏକ ସୁସ୍ଥ ସମାଜ ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ ବୋଲି ମତପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ରେ ସମିତି ର ସମ୍ପାଦକ କ୍ଷୀରୋଦ ବଡମାଲି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚର୍ଯ୍ୟ କୈଳାସ ପ୍ରଧାନ ବିବରଣୀ ପ୍ରଦାନ କରିଥିଲେ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ଉପସଭାପତି ଯଶୋବନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ସଭା କାର୍ଯ୍ୟ କୁ ଗୁରୁମା ଗିତାଞ୍ଜଳି ସାହୁ ସଂଯୋଜନା କରିଥିଲେ।କୃତି ଭାଇ ଭଉଣୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ସମିତି ର ଭାଇ ଭଉଣୀ ମାନଙ୍କ ଦ୍ଵାରା ପରିବେଷିତ ସଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କ ମନ ମୋହିଥିଲା ।ଏଥିରେ ଶିଶୁ ବିଦ୍ୟାମନ୍ଦିର ର ଯୁଗ୍ମ ସମ୍ପାଦକ ଅମର ବେହେରା, କୋଷାଧ୍ୟକ୍ଷ ସୁମନ୍ତ ସାହୁ,ସଭ୍ୟ ମନକାନ୍ତି ମାଝୀ, ଜୟନ୍ତୀ ସାହୁ ଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା, ପରିଚାଳନା ସମିତି ର ସଭ୍ୟ ସଭ୍ୟା, ଅଭିଭାବକ ଅଭିଭାବିକା ମାନେ ସହଯୋଗ କରିଥିଲେ।
What's Your Reaction?