ଗରିବ ନିରୀହ ସାଧାରଣ ଲୋକଙ୍କ ଘରେ ଭୋଜନ କଲେ ଜିଲ୍ଲାପାଳ

ନୂଆପଡ଼ା :ଲୋକ ଆବାଜ. ଇନ(ରାମନାଥ ପଣ୍ଡା ଙ୍କ ରିପୋର୍ଟ)
ଆମ ଭାରତୀୟ ସଂସ୍କୃତି ଆଧାରରେ ଅତିଥି ସତ୍କାର ମଣିଷକୁ ଶାନ୍ତି ପ୍ରଦାନ କରେ ପୁଣି ଅତିଥିଙ୍କ ଘରେ ଭୋଜନ ଅମୃତ ତୁଲ୍ୟ ଅଟେ ଯାହାକି ଆଜି ଦେଖିବାକୁ ମିଳିଛି ବୋଡ଼େନ ବ୍ଲକ ପାତାଳ ଗଙ୍ଗା(କୋଟ ଗାଁ)ର ଏକ ଗରିବ ନିରୀହ ବଳବନ୍ତ କଟାଙ୍କ ଘରେ ।
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ସାରି ପାତାଳ ଗଙ୍ଗା ଠାରେ ଝିଅ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ସେଠାକାର ବଳବନ୍ତ କଟାଙ୍କ ଘରେ ଆତିଥ୍ୟ ସ୍ବୀକାର କରି ପଖାଳ ଓ ମାଣ୍ଡିଆ ପେଜ, କୋଶଳା ଶାଗ,ବାଇଗଣ ଭର୍ତ୍ତା, ଆମ୍ବ ଚଟଣୀ,ଛୁଇଁ ଭଜା,ଆଳୁ ବାଇଗଣ ଚିପ୍ସ,ଭଜା ବଡି,ବଡି ଚୁନା ଇତ୍ୟାଦି ଭୋଜନ କରି ନିରୀହ ଗରିବ ଲୋକଙ୍କ ମାନ ବଢାଇଛନ୍ତି ।ଖାଲି ଜିଲ୍ଲାପାଳ ନୁହନ୍ତି,ତାଙ୍କ ସାଥିରେ ଡି ଏଫ୍ ଓ ଅଜିଜ ଖାନ,ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ବି ଡି ଓ ସୁଶାନ୍ତ କୁମାର ରଣା ମଧ୍ୟ ଭୋଜନ ଖାଇ ଉଦାହରଣ ସୃଷ୍ଟି କରିଛନ୍ତି ।ଗୋମତୀ କଟା, ଅଙ୍ଗନୱାଡ଼ି କର୍ମୀ ପାଙ୍କଜିନି ମାଝୀ ଓ ସବିତା ମଝି ଖାଦ୍ୟ ପରିବେଷଣ କରି ଅତିଥିଙ୍କ ସେବା କରି ନିଜକୁ ଖୁସି ଅନୁଭବ କରିଥିଲେ ।
What's Your Reaction?






