ନୂତନ ବିଡ଼ିଓ ଚିନ୍ମୟ ସାଗର
ନୂଆପଡ଼ା - ୦୧-୬ ଲୋକ ଆବାଜ. ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ )
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକରେ ବିଡ଼ିଓ ସୁଶାନ୍ତ କୁମାର ରଣା ଗତ ଫେବୃଆରୀ ୨୮ ତାରିଖ ଦିନ ଅବସର ଗ୍ରହଣ କରିବାପରେ ସିନାପାଲି ବିଡ଼ିଓ କାର୍ମୀ ଓରାମଙ୍କୁ ବୋଡ଼େନ ବ୍ଲକ ବିଡ଼ିଓ ଭାବରେ ଅତିରିକ୍ତ ଦାୟିତ୍ବ ମିଳିଥିଲା ।ସ୍ଥାୟୀ ବିଡ଼ିଓ ନଥିବା ଦୃଷ୍ଟିରୁ ଉନ୍ନତି ମୂଳକ କାର୍ଯ୍ୟ କିଛିକାଂଶରେ ବାଧାପ୍ରାପ୍ତ ହେଉଥିଲା ତେଣୁ ଜିଲ୍ଲାପାଳ ମଧୁସୂଦନ ଦାସ ବୋଧହୁଏ ଏସବୁ ଅନୁଭବ କରି ଡେପୁଟି କଲେକ୍ଟର ଚିନ୍ମୟ ସାଗରଙ୍କୁ ବୋଡ଼େନ ବିଡ଼ିଓ ଭାବରେ ନିଯୁକ୍ତି ପ୍ରଦାନ କରିଥିବାରୁ ଆଜି ବୋଡ଼େନ ବ୍ଲକର ନୂତନ ବି ଡି ଓ ଦାୟୀତ୍ୱ ଗ୍ରହଣ କରି ବୋଡ଼େନ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଡ଼ିଓ ଭାବରେ ଯୋଗଦାନ କରିଛନ୍ତି ।ବି ଡି ଓ କାର୍ମୀ ଓରାମ ଚିନ୍ମୟ ସାଗରଙ୍କୁ ସ୍ବାଗତ ଜଣାଇବା ସହିତ ଦାୟୀତ୍ୱ ପ୍ରଦାନ କରିଥିଲେ ।ବ୍ଲକ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଫୁଲତୋଡା ଦେଇ ନୂତନ ବିଡ଼ିଓ ଚିନ୍ମୟ ସାଗରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଓ ବିଡ଼ିଓ କାର୍ମୀ ଓରାମ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ।
ସାମ୍ବାଦିକ ରାମନାଥ ପଣ୍ଡା,ସମ୍ବାଦ ସାମ୍ବାଦିକ ଭୀଷ୍ମ ଦେବ ହେର୍ଣ୍ଣା,ଧରିତ୍ରୀ ପ୍ରତିନିଧି ଟିକେଶ୍ୱର୍ ନାଗ,ପ୍ରମେୟ ପ୍ରତିନିଧି ବଂଶୀଧର ନାଗ ଓ ରାମନାଥ ପଣ୍ଡା ଉଭୟ ବିଡିଓଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଦେଇଥିଲେ । ପି ଇ ଓ ତାପସ ରଞ୍ଜନ ଅଗସ୍ତି ଙ୍କ ସମେତ ସମସ୍ତ ପି ଇ ଓ,ଏଡିଇଓ ଉଭୟ ବିଡ଼ିଓଙ୍କୁ ସ୍ଵାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।ନୂତନ ବିଡ଼ିଓ ଦାୟୀତ୍ୱ ଗ୍ରହଣ କରି ଶ୍ରୀଯୁକ୍ତ ସାଗର କହିଲେ ବୋଡ଼େନ ବ୍ଲକର ବିକାଶକୁ ଆଗେଇନେବି
What's Your Reaction?