ପରିବର୍ତ୍ତନରେ ପ୍ରଗତି ଆସେ, ପଦବୀ ହେଉ ଅବା ବ୍ୟକ୍ତି

May 29, 2026 - 07:14
 0  9
ପରିବର୍ତ୍ତନରେ ପ୍ରଗତି ଆସେ, ପଦବୀ ହେଉ ଅବା ବ୍ୟକ୍ତି

ନୂଆପଡ଼ା - ୨୮-୫ ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)

ସରକାରୀ ହେଉ ଅବା ବେସରକାରୀ - ସବୁଠି ଆବଶ୍ୟକ ସ୍ଥଳେ ପରିବର୍ତ୍ତନ ନ ଆଣିଲେ ପ୍ରଗତି ବାଧା ପ୍ରାପ୍ତ ହେବାର ସମ୍ଭାବନା ବେଶୀ ଥାଏ । ବିଶେଷକରି ସରକାରୀ କର୍ମଚାରୀଙ୍କ ନିର୍ଦ୍ଧିଷ୍ଟ ଗୋଟିଏ ସ୍ଥାନରେ ବହୁତ୍ ବର୍ଷ ରହିଲେ ହୁଏତ ବିକାଶ ଦେଖାଦେବ କିମ୍ବା ସେହି କର୍ମଚାରୀଙ୍କ ମନ ଇଚ୍ଛା ପଦବୀର ଭୁଲ ଉପଯୋଗ ହେବାର ଅତୀତ ପ୍ରମାଣ ଦିଏ ।ଆଉ ଅନେକ ସମୟରେ ସେହି ଭୁଲ ସାଧାରଣ ଲୋକଙ୍କ ପାଇଁ ଅସୁବିଧା ହୋଇଥାଏ ।ଯିଏ ଅଧିକ ବର୍ଷ ଏକ ସ୍ଥାନରେ ଚାକିରି କରନ୍ତି ତାହା ବେଳେ ବେଳେ ତାଙ୍କ ମନ ଭାଙ୍ଗି କର୍ମକ୍ଷେତ୍ରରେ ଅବହେଳା ଦେଖାଦେବାର ବେଶୀ ସମ୍ଭାବନା ରହେ ।ତେଣୁ ଜିଲ୍ଲା ପ୍ରଶାସନ ଓ ସରକାର ଏଥି ପ୍ରତି ଦୃଷ୍ଟି ଦେଲେ ପ୍ରଗତି ବାଧାପ୍ରାପ୍ତ ହୁଅନ୍ତା ନାହି । କିଛି ସ୍ଥାନରେ ସରକାରୀ କର୍ମଚାରୀ ବେସରକାରୀ ଅନୁଷ୍ଠାନ ଗୁଡିକରେ ପରିଚାଳନା ଦାୟୀତ୍ୱରେ ରହିବା ମଧ୍ୟ ଦେଖିବାକୁ ମିଳୁଛି । ସରକାରୀ କର୍ମଚାରୀ ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହ ଜଡ଼ିତ ଥିବାରୁ ନିଜ କର୍ମକ୍ଷେତ୍ରରେ ଅବହେଳା ହେବାର ସମ୍ଭାବନା ରହୁଛି ତେଣୁ ସରକାର ଏହାକୁ ମଧ୍ୟ ଗୁରୁତ୍ଵ ଦେବା ଜରୁରୀ ଅଟେ ।ଉଦାହରଣ ସ୍ୱରୂପ ପ୍ରତ୍ୟେକ ଅନୁଷ୍ଠାନରେ ଯେମିତି ନିର୍ଦ୍ଧିଷ୍ଟ ନିୟମ ରହି ଅନୁଷ୍ଠାନର ସୁପରିଚାଳନା ପାଇଁ ପଦବୀର ପରିବର୍ତ୍ତନ ନ ହୋଇ ବ୍ୟକ୍ତିର ପରିବର୍ତ୍ତନ କରାଯାଏ । ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ହୋଇଗଲାଣି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଜଳ ଓ ପରିମଳ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବରେ ଅକ୍ଷୟ କୁମାର ସାମଲ ଦାୟୀତ୍ୱ ନିର୍ବାହ କରୁଛନ୍ତି ।ଗୋଟିଏ ବ୍ଲକରେ ଦୀର୍ଘ ଏତେ ବର୍ଷ ଚାକିରି କରୁଥିବାରୁ ଲୋକ କହନ୍ତି ସାମଲ ବାବୁଙ୍କୁ ସରକାର କଣ ବୋଡ଼େନ ବ୍ଲକରେ ଥଇଥାନ କରିଛନ୍ତି କି ବୋଲି । ଏହି ବିଭାଗରେ ଆଗରୁ ଦୁଇଜଣ ଯନ୍ତ୍ରୀ ଥିଲେ ,ବର୍ତ୍ତମାନ ସାମଲ ବାବୁ ଜଣେ । ଜଳ ସମସ୍ୟାକୁ ନେଇ ପ୍ରତି ସପ୍ତାହରେ କିଛି ନା କିଛି ଖବର ପ୍ରକାଶ ପାଉଛି ବିଭିନ୍ନ ଖବର କାଗଜରେ ।ପ୍ରକୃତରେ ପରିବର୍ତ୍ତନରେ ହିଁ ପ୍ରଗତି ଆସେ। ବୋଡ଼େନରେ ସ୍ଥାୟୀ ବି ଡି ଓ, ସ୍ଥାୟୀ ଏ ବି ଡି ଓ, ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଏ ବି ଇ ଓ,ବିଭିନ୍ନ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ସବୁ ପୂରଣ କରି ନୂଆପଡ଼ା ଜିଲ୍ଲାକୁ ପ୍ରଗତି ଦିଗରେ ଆହୁରି ଦୁଇ ପାଦ ଆଗକୁ ବଢ଼ାଇବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ ।

What's Your Reaction?

like

dislike

love

funny

angry

sad

wow