ମଦ ଜବତ,ଦୁଇ ଗିରଫ

କଣ୍ଟାମାଳ: ଲୋକ୍ ଆଵାଜ୍.ଇନ୍( ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ପୃଥକ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରିବା ସହ ୨ ଜଣକୁ ଗିରଫ କରିଥିବା ଜଣା ପଡ଼ିଛି | ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲିକଙ୍କ ନେତୃତ୍ୱରେ ଏକ ଟିମ୍ କଣ୍ଟାମାଳ ଥାନା ଅନ୍ତର୍ଗତ ଖଲିଆ ପାଲି ଗ୍ରାମ୍ୟ ରାସ୍ତାରେ ଚଢ଼ାଉ କରି ୨୪:୪ ଲିଟର ମଦ ଜବତ କରିଥିବା ବେଳେ ଘଟଣାରେ ଖଲିଆ ପାଲି ଗ୍ରାମର ନିରୋଦ ବଗର୍ତ୍ତି (୨୪) କୁ ଗିରଫ କରିଛି | ସେହିପରି ଅବକାରୀ ବିଭାଗର ଏକ ଟିମ୍ ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ଖେମୁଣ୍ଡି ଗଡ ଗ୍ରାମ୍ୟ ରାସ୍ତା ନିକଟରେ ଚଢାଉ କରି ୧୮:୨ ଲିଟର ବିଅର ଜବତ କରିଥିବା ବେଳେ ଘଟଣାରେ ଖେମୂଣ୍ଡି ଗଡ ଗ୍ରାମର କୃଷ୍ଣ ବକୁଳ (୫୮)କୁ ଗିରଫ କରାଯାଇଛି | ଏ ସଂକ୍ରାନ୍ତରେ କଣ୍ଟାମାଳ ଅବକାରୀ କାର୍ଯ୍ୟାଳୟରେ ୬୯,୭୦/୨୪-୨୫ରେ ଦୁଇଟି ପୃଥକ୍ମ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ନୀରୋଦ ଓ କୃଷ୍ଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲିକ ସୂଚନା ଦେଇଛନ୍ତି |
What's Your Reaction?






