ବାନ୍ଧବିମହାକୁଡ଼ କୁ ଠକି ଦେଲା ସୁଭଦ୍ରା, ମେସେଜ ଆସିଲା ,ହେଲେ ବ୍ୟାଙ୍କ ଖାତାକୁ ଟଙ୍କା ଆସିଲାନି

କଣ୍ଟାମାଳ :ଲୋକ ଆବାଜ୍. ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ୍)
କଣ୍ଟାମାଳ ମହୁଲବାହାଲି ଗାଁର ବାନ୍ଧବୀ ମହାକୁଡ଼କୁ ଠକି ଦେଇଛି ସରକାରଙ୍କ ସୁଭଦ୍ରା ଯୋଜନା । ସୂଚନା ଅନୁସାରେ ଗତ ଶୁକ୍ରବାର ଅପରାହ୍ନ ୪ଟା ୩୦ମିନିଟ ସମୟରେ ସୁଭଦ୍ରା ଯୋଜନାର ୫ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଜମା ହୋଇଥିବା ନେଇ ଏକ ମେସେଜ ବାନ୍ଧବୀଙ୍କ ବ୍ୟାଙ୍କ ଖାତା ପଞ୍ଜୀକୃତ ମୋବାଇଲକୁ ଆସିଥିଲା । କିନ୍ତୁ ଆଜି ସ୍ବାମୀ ମଙ୍ଗୁଳୁ ମହାକୁଡ ବ୍ୟାଙ୍କକୁ ଯାଇ ଆକାଉଣ୍ଟ ଚେକ୍ କରି ଦେଖିଲା ବେଳକୁ କୌଣସି ପଇସା ଆସି ନ ଥିବା ବ୍ୟାଙ୍କ କର୍ମଚାରୀ କହିଥିଲେ । ସେ ସେଠାରୁ ଦୁଃଖିତ ମନରେ ଘରକୁ ଫେରି ଆସିଥିଲେ । ତେବେ ରାଜ୍ୟ ସରକାର ମହିଳାଙ୍କୁ ଶସକ୍ତ କରିବା ସହ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏହି ସୁଭଦ୍ରା ଯୋଜନା ପ୍ରଣୟନ କରିଥିବା ବେଳେ ବାସ୍ତବରେ ମହିଳା ମାନେ ଉପକୃତ ହେବା ବଦଳରେ ଆଧାର କାର୍ଡ ରେ ମୋବାଇଲ ନମ୍ବର ଲିଙ୍କ ସହ ଆକାଉଣ୍ଟ ରେ ଆଧାର ନମ୍ବର ଲିଙ୍କ କରି ଅଯଥାରେ ଖର୍ଚ୍ଚାନ୍ତ ହେବା ସହ ବହୁ ହଇରାଣ ହେଉଥିବାରୁ ମହିଳା ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି l
What's Your Reaction?






