ବୋଲେରୋ ଧକ୍କାରେ ବୁଲେଟ ଆରୋହୀ ଗୁରୁତର

କଣ୍ଟାମାଳ :ଲୋକ ଆବାଜ୍. ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ୍)
କଣ୍ଟାମାଳ ବ୍ଲକ ପଲସା ଗୋରା ନିକଟରେ ବୋଲେରୋ ସହ ଏକ ବାଇକ ଦୁର୍ଘଟଣା ଘଟି ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି | ସୂଚନା ଅନୁସାରେ ଆଜି ସନ୍ଧ୍ୟା ସମୟ ରେ ଏକ ବୁଲେଟରେ ଜଣେ ଯୁବକଙ୍କ ସହ ଜଣେ ଯୁବତୀ କୌଣସି କାମରେ ସୋନପୁର ଯାଇ କଣ୍ଟାମାଳ ଅଭିମୁଖେ ଫେରୁଥିବା ବେଳେ ପଲସାଗୋରା ବିବି ଫେଶନ ନିକଟରେ ଏକ ବୋଲେରୋ ଗାଡି ସହ ଦୁର୍ଘଟଣା ଘଟିଥିଲା | ଦୁର୍ଘଟଣାରେ ବାଇକ୍ ଚାଳକ ଯୁବକ ଜଣକ ଗୋଡ଼ ଭାଙ୍ଗି ଗୁରୁତର ଆହତ ହୋଇଥିବା ବେଳେ ଯୁବତୀ ଜଣକ ସାମାନ୍ୟ ଆହତ ହୋଈଥିଲେ I ଆହତ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଏକ ଗାଡ଼ି ଯୋଗେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ | ଆହତ ଯୁବକ ଜଣକ କନ୍ଧମାଳ ଜିଲ୍ଲା ଲଣ୍ଡାଗାଁର ସଭାପତି ବାଘ ବୋଲି ଜଣା ପଡିଥିବା ବେଳେ ଯୁବତୀଙ୍କ କୌଣସି ପରିଚୟ ମିଳି ପାରି ନାହିଁ | ଦୁର୍ଘଟଣାଗ୍ରସ୍ତ ଗାଡିରୁ ଏକାଧିକ ନମ୍ବର ପ୍ଲେଟ ମିଳିଥିବା ବେଳେ ଗାଡ଼ିକୁ ନେଇ ଅନେକ ସନ୍ଦେହ ପ୍ରକାଶ ପାଇଛି | ଅନ୍ୟପଟେ ବାଇକ୍ ପଛରେ ବସିଥିବା ଯୁବତୀ ଜଣକ ଦୁର୍ଘଟଣା ପରେ ଗୁରୁତର ଯୁବକଙ୍କୁ ଛାଡି ଘଟଣା ସ୍ଥଳରୁ ଫେରାର ମାରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି | ଖବର ପାଇ ମନମୁଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଉଭୟ ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଛି |
What's Your Reaction?






