ବାପା ପୁଅ ଙ୍କୁ ଘରେ ଶୋଇଥିବା ସମୟରେ ଏସିଡ ମାଡ଼ l ପୋଲିସ ର ତଦନ୍ତ ଜାରି

Oct 19, 2024 - 18:05
 0  22
ବାପା ପୁଅ ଙ୍କୁ ଘରେ ଶୋଇଥିବା ସମୟରେ ଏସିଡ ମାଡ଼ l ପୋଲିସ ର ତଦନ୍ତ ଜାରି

ବାଲିଗୁଡା :ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ବାପା ପୁଅ ଙ୍କୁ ଏସିଡ ମାଡ଼,ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୁର୍ତ୍ତ ଘରେ ପଶି ଏସିଡ ଫିଙ୍ଗି ପଳେଇ ଯାଇଥିବା ଅଭିଯୋଗ l ଏସିଡ ମାଡ଼ ବାପା ପୁଅ ଗୁରୁତର l

ଗୁରୁତର ଅବସ୍ଥା ରେ ଆମ୍ବୁଲାନ୍ସ ଯୋଗେ ବିଳମ୍ବିତ ରାତିରେ ତୁମୁଡିବନ୍ଧ ମେଡିକାଲ ରେ ଭର୍ତି କରାଯାଇଛି l ଏପରି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ମୁଣ୍ଡିଗଡ଼ ପଂଚାୟତ ର ବୁଢା କୁଣ୍ଢେଲ ଗାଁ ରୁ l ବୁଢ଼ା କୁଣ୍ଡେଲ ଗାଁ ର ମୋହନ ପନ୍ଦର ନିଜ 12 ବର୍ଷ ର ପୁଅ ଅନୁଜ ଙ୍କ ସହ ଶୋଇଥିଲେ l ରାତ୍ରି ପ୍ରାୟ 2 ଟା ସମୟରେ ଶୋଇଥିବା ଅବସ୍ଥାରେ କେହି ଦୁବୁର୍ତ୍ତ ଆସି ଏସିଡ ଫିଙ୍ଗି ଦୌଡ଼ି ପଳେଇଥିବା ଅଭିଯୋଗ କରିଛନ୍ତି ଏସିଡ ମାଡ଼ ର ଶୀକାର ହୋଇଥିବା ମୋହନ ପନ୍ଦର l ତେବେ ମୋହନ ଓ ତାଙ୍କ ପୁଅ ର ଛାତି ଓ ମୁହଁ ପୋଡି ଯାଇଥିବା ବେଳେ ତୁମୁଡିବନ୍ଧ ମେଡିକାଲ ରେ ଚିକିତ୍ସାପରେ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ବାଲିଗୁଡା ଉପଖଣ୍ଡ ମେଡିକାଲ ରେ ଭର୍ତ୍ତି କରାଯାଇଛି lତୁମୁଡିବନ୍ଧ ଘଟଣା ର ତଦନ୍ତ ଆରମ୍ଭ କରିଛି l

What's Your Reaction?

like

dislike

love

funny

angry

sad

wow