ବିଜେପି ପକ୍ଷରୁ ଘଣ୍ଟାପଡ଼ାଠାରେ ପଣ୍ଡିତ ଦୀନଦୟାଲ ଉପାଧାୟଙ୍କ ଜୟନ୍ତୀ ପାଳିତ ।

କଣ୍ଟାମାଳ :ଲୋକ ଆବାଜ୍. ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ୍)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନମଣ୍ଡଳୀର ଘଣ୍ଟାପଡ଼ାସ୍ଥିତ ମନ୍ଦିର ପ୍ରାଙ୍ଗଣରେ ବିଜେପି ପକ୍ଷରୁ ବୌଦ୍ଧ ଜିଲ୍ଲା ସଦସ୍ୟତା ପ୍ରଭାରୀ ଆନନ୍ଦ ବାରିକଙ୍କ ସଭାପତିତ୍ଵରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୟନ୍ତୀ ତଥା ଅନ୍ତୋଦୟ ଦିବସ ପାଳିତ ହୋଇଯାଇଛି। ପ୍ରଥମେ ପଣ୍ଡିତ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପରେ ଏକ ସଭା ଆୟୋଜିତ ହୋଇଥିଲା। ବକ୍ତାମାନେ ପଣ୍ଡିତ ଉପାଧ୍ୟାୟଙ୍କ ସ୍ୱପ୍ନର ଭାରତ ଉପରେ ଆଲୋଚନା କରିଥିଲେ।
ଉକ୍ତ ସଭାରେ ଶ୍ରୀ ବାରିକଙ୍କ ସମେତ ବିଜେପିର ଜିଲ୍ଲା ଉପସଭାପତି ଚିତ୍ତରଞ୍ଜନ ପାତ୍ର, ଜିଲ୍ଲା ଏସ୍ସି ମୋର୍ଚ୍ଚାର ଉପ ସଭାପତି ରାମଚନ୍ଦ୍ର ତାଣ୍ଡି, ଘଣ୍ଟାପଡ଼ା ମଣ୍ଡଳ ସଭାପତି ପିନାକଧର ରଣା,ମନମୁଣ୍ଡା ମଣ୍ଡଳ ସଭାପତି ନିରଞ୍ଜନ କର୍ଣ୍ଣ, ଘଣ୍ଟାପଡ଼ା ମଣ୍ଡଳ ଯୁବମୋର୍ଚ୍ଚାର ସଭାପତି ଋଷି ରଣା ପ୍ରମୁଖ ବହୁ ବିଜେପି ସଦସ୍ୟ ଉପସ୍ଥିତ ରହିଥିଲେ।
What's Your Reaction?






