ସୁବର୍ଣ୍ଣପୁର ଠାରେ ଡ. ଅଭିଷେକ ମିଶ୍ର ଙ୍କ ସ୍ମୃତିସଭା.....ଯୋଗଦେଲେ ହାଇକୋର୍ଟ ବିଚାରପତି ଓ ଜିଲ୍ଲାପାଳ

Dec 22, 2025 - 20:32
 0  34
ସୁବର୍ଣ୍ଣପୁର ଠାରେ ଡ. ଅଭିଷେକ ମିଶ୍ର ଙ୍କ ସ୍ମୃତିସଭା.....ଯୋଗଦେଲେ ହାଇକୋର୍ଟ ବିଚାରପତି ଓ ଜିଲ୍ଲାପାଳ

ସୁବର୍ଣ୍ଣପୁର :୨୨/୧୨ (ଲୋକ ଆବାଜ. ଇନ/ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ସ୍ଥାନୀୟ ସଂସ୍କୃତିଭବନ ଠାରେ ସୋନପୁର କଲେଜ ର ପୂର୍ବତନ ଅଧ୍ୟକ୍ଷ ଡ଼.କେଦାର ମିଶ୍ର ଙ୍କ ସଭାପତିତ୍ବରେ ଡ. ଅଭିଷେକ ମିଶ୍ର ଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟ ମୂର୍ତ୍ତି ଶଶିକାନ୍ତ ମିଶ୍ର ଯୋଗଦେଇ ସୁବର୍ଣ୍ଣପୁର ସହର ଏକ ଚମତ୍କାର ସହର, ଏଠି ପାଦ ଥାପିଲା ମାତ୍ରେ ଏକ ଆଧ୍ୟାତ୍ମିକ ସ୍ପନ୍ଦନ ରେ ସ୍ପନ୍ଦିତ ହୁଏ ବୋଲି କହିଥିଲେ l ସଂସ୍କୃତି ଆଧାରିତ ଆମ ଭାରତୀୟ ସମ୍ବିଧାନ, ଏହା ଆମ ଦେଶ ର ଆତ୍ମା, ଏଥିରେ ନିଜସ୍ଵ ସଂସ୍କୃତି ପ୍ରତିଫଳିତ ହୋଇଛି l ଏଣୁ ଯେଉଁ ଶିକ୍ଷା ରେ ସାମାଜିକ ମୂଲ୍ୟବୋଧ ନାହିଁ ସେହି ଶିକ୍ଷା ମୂଲ୍ୟହୀନ ବୋଲି କହିଥିଲେ l ଶିକ୍ଷା ବ୍ୟବସ୍ଥା ଓ ସାମାଜିକ ନ୍ୟାୟ ମଧ୍ୟରେ ଭାରସାମ୍ୟ ରହିବା ଉଚିତ ନ ହେଲେ ଶିକ୍ଷା ର ଉଦ୍ଦେଶ୍ୟ ସାଧନ ହୋଇ ପାରିବ ନାହିଁ ବୋଲି ଜଷ୍ଟିସ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ଃ.ନୃପରାଜ ସାହୁ ଯୋଗଦେଇ ଖୁବ ଅଳ୍ପ ବୟସ ରେ ଅଭିଷେକ ଜଣେ ବିରଳ ପ୍ରତିଭା ର ଅଧିକାରୀ ହୋଇ ପାରିଥିଲେ ବୋଲି କହି ତାଙ୍କ ମିଲେଟ ମିଶନ ଆନ୍ତର୍ଜାତିକ ସ୍ତରରେ ସୁନାମ ଅର୍ଜନ କରି ଆମ ଜିଲ୍ଲା ର ଗୌରବ ଆଣି ଦେଇଛି ବୋଲି କହି ଉପାନ୍ତ ଅଞ୍ଚଳ କୁ ଯାଇ ସେଠି ଜୀବନ କୁ ଖୋଜିଛି ,ଜୀବନ ଟା କେମିତି ସୁନ୍ଦର ହେବ ପ୍ରାୟସ କରିଛି ବୋଲି କହିଥିଲେ l ରୋଗ ଶଯ୍ୟାରେ ଥାଇ ବି ସେ ଗବେଷଣା କରିଛି ଆର୍ଟିକିଲ ଲେଖିଛି ବୋଲି କହିଥିଲେ l ଓ ସାମ୍ବିଧାନିକ ଧାରା କୁ ସମାଜ ର ସୁରକ୍ଷା ପାଇଁ ସମ୍ମାନ ଦେବା ଜରୁରୀ, ସାମାଜିକ ନ୍ୟାୟ ସ୍ଵୀକୃତି ପାଇଁ ଉପଯୋଗୀ ବୋଲି ଜିଲ୍ଲାପାଳ ଡ଼. ସାହୁ କହିଥିଲେ l ଟ୍ରଷ୍ଟ ର ଆବାହକ ଆଇନଜୀବୀ ପ୍ରଦୀପ ପୁରୋହିତ ଙ୍କ ସଂଯୋଜନା ରେ ସଭାକାର୍ଯ୍ୟ ପରିଚାଳନା ହୋଇଥିବାବେଳେ ମୁଖ୍ୟ ବକ୍ତା ଭାବରେ ଡଃ. ଜ୍ୟୋତି ରଞ୍ଜନ ବହିଦାର ଯୋଗଦେଇ ସମାଜ ଓ ଶିକ୍ଷା ଅଙ୍ଗା ଅଙ୍ଗି ଭାବେ ଜଡ଼ିତ, କୌଣସି ଛାତ୍ର ମୁର୍ଖ ନୁହେଁ ଛାତ୍ର ର ଅନ୍ତର୍ନିହିତ ଗୁଣ କୁ ଚିହ୍ନିବାକୁ ପଡ଼ିବ ବୋଲି କହିଥିଲେ l ଭୁଷୁଡି ପଡିଥିବା ଶିକ୍ଷା ବ୍ୟବସ୍ଥା କୁ ସଜାଡିବାକୁ ହେଲେ ଶିକ୍ଷକ ମାନଂକୁ ସାମାଜିକ ନ୍ୟାୟ ଦେବା ଉଚିତ ଓ ଶିକ୍ଷକ ମାନଂକୁ ବର୍ଗି କରଣ କରା ନ ଯାଉ ବୋଲି ଡ଼ଃ ବହିଦାର କହିଥିଲେ l ଡ଼.କେଦାର ନାଥ ମିଶ୍ର ସଭାପତିତ୍ବ ଭାଷଣ ରେ କହିଥିଲେ ଯେ ସାମାଜିକ ବର୍ଗି କରଣ ପାଇଁ ଆର୍ଥିକ ମାନଦଣ୍ଡ ଆବଶ୍ୟକ , ତାହେଲେ ଯାଇ ଅଧିକାଂଶ ଲୋକେ ଜାତୀୟ ମୁଖ୍ୟ ସ୍ରୋତ ରେ ସାମିଲ୍ ହୋଈ ପାରିବେ ବୋଲି କହି ଯୋଗ୍ୟତା ମାନଦଣ୍ଡ ସବୁ ବର୍ଗ ପାଇଁ ସମାନ ହେବା ଉଚିତ ବୋଲି ଟ୍ରଷ୍ଟ ସଭାପତି ଡ଼. ମିଶ୍ର ପ୍ରକାଶ କରିଥିଲେ l

ଡ଼. ଅଭିଷେକ ମିଶ୍ର ଟ୍ରଷ୍ଟ ର ସମ୍ପାଦକ ବରିଷ୍ଠ ଆଇନଜୀବୀ ଗୈାରୀଶ୍ୟାମ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ। ଜିଲ୍ଲା ନ୍ୟାୟାଳୟ ର ସମସ୍ତ ବିଚାରପତି ବୃନ୍ଦ ଓ କର୍ମଚାରୀ ଙ୍କ ସହ ସହର ତଥା ଜିଲ୍ଲା ର ଶହ ଶହ ବୁଦ୍ଧିଜୀବି, ସଚେତନ ନାଗରିକ, ବରିଷ୍ଠ ନାଗରିକ, ପ୍ରଧ୍ୟାପକ , ଶିକ୍ଷକ, ଶିକ୍ଷୟିତ୍ରୀ , କଲେଜ ଛାତ୍ର ଛାତ୍ରୀ, ମିଡିଆ ଏହି ଉତ୍ସବ ରେ ଯୋଗ ଦେଇଥିଲେ l

What's Your Reaction?

like

dislike

love

funny

angry

sad

wow