ସଇଁତଲା କପ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ , ବଲାଙ୍ଗୀର ସିଦ୍ଧି ବିନାୟକ ଚମ୍ପାୟାନ ବିବେଚିତ

Feb 5, 2026 - 19:01
 0  16
ସଇଁତଲା କପ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ,  ବଲାଙ୍ଗୀର ସିଦ୍ଧି ବିନାୟକ ଚମ୍ପାୟାନ ବିବେଚିତ

ସଇଁତଲା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ସେଲମା ଙ୍କ ରିପୋର୍ଟ)                       

 ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ରମେଶ ସିଂ ଭୋଇ ମିନି ଷ୍ଟାଡିୟମ ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ରବିବାର ୮ ତମ ଶ୍ରୀକାନ୍ତ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟରେ ୧୬ ଗୋଟି ଟିମ ଅଂଶ ଗ୍ରହଣ କରିଥିଲେ l ଏହାର ଫାଇନାଲ ଖେଳରେ କଣ୍ଟାବାଞ୍ଜି ଡାମନଡୁଙ୍ଗା ଟିମ ଓ ବଲାଙ୍ଗୀର ସିନ୍ଧି ବିନାୟକ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ପ୍ରଥମେ ବଲାଙ୍ଗୀର ସିଦ୍ଧି ବିନାୟକ ଟିମ ଟସ ଜିଣି ନିର୍ଦ୍ଧାରିତ ୮ ଓଭରରେ ରନ ୫ ଉଇକେଟ ହରାଇ ୧୩୨ ରନ ସଂଗ୍ରହ କରିଥିଲେ l ଏଥିରେ ଜଗତରାମ ଭୋଇ ୨୬ ବଲରେ ଧୁଆଧାର ବ୍ୟାଟିଂ କରି ୯୧ ରନ କରିଥିଲେ l ଜବାବରେ କଣ୍ଟାବାଞ୍ଜି ଡାମନଡୁଙ୍ଗା ଟିମ ୬ ଉଇକେଟ ହରାଇ ମାତ୍ର ୧୦୦ ରନ କରି ପରାଜିତ ହୋଇଥିଲେ l ଉକ୍ତ ଖେଳକୁ ଯୁବ ଖେଳାଳୀ ବିକ୍ରମ ସା ଓ ଶିବ ପ୍ରସାଦ ମାଝୀ ପରିଚାଳନା କରିଥିବାବେଳେ ସ୍କୋର ଭାବରେ ଯତୀନ୍ଦ୍ର ଦାସ ଓ ଧାରା ବିବରଣୀ ଆକାଶ ପାତ୍ର ପ୍ରଦାନ କରିଥିଲେ l ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦାନ କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ,ସଇଁତଲା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା, ଥାନା ଅଧିକାରୀ ଖଗପତି ବିଶ୍ୱାଳ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ, ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସଂପାଦକ ପ୍ରମୋଦ କୁମାର ସେଲମା,ବ୍ଲକ ସଭାପତି ସାମ୍ବାଦିକ ସଂଘ ସଭାପତି ନାରାୟଣ ସାହୁ, ପୂର୍ଵତନ ସରପଞ୍ଚ ଭୀମସେନ ସ୍ୱାଇଁ ପ୍ରମୁଖ ଯୋଗଦାନ କରି ଉଭୟ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ l

ଏହାର ପୁରସ୍କାର ବିତରଣୀ ଉତ୍ସବରେ ବିଜେତା ବଲାଙ୍ଗୀର ସିଦ୍ଧି ବିନାୟକ ଟିମକୁ ନଗଦ ରାଶି ୩୩ ହଜାର ୩ ଶହ ୩୩ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିବା ବେଳେ ଉପ ବିଜେତା କଣ୍ଟାବାଞ୍ଜି ଟିମକୁ ନଗଦ ରାଶି ୨୨ ହଜାର ୨ ଶହ ୨୨ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ l ଏହା ସହିତ ମ୍ୟାନ ଅପ ଦି ମ୍ୟାଚ ଜଗତରାମ ଭୋଇ ଓ ମ୍ୟାନ ଅପ ଦି ସିରିଜ ହର ବେଣ୍ଟେକାର ଙ୍କୁ ପୁରସ୍କୃତ କରାଯାଇଥିଲା l କମିଟିର ସଭାପତି ଚନ୍ଦ୍ର ଚନ୍ଦନ, ସମ୍ପାଦକ ଶିବ ମାଝୀ, ସହ ସମ୍ପାଦକ ବିକ୍ରମ ସା, ସଦସ୍ୟ ରିଙ୍କୁ ଭୋଇ, ରଞ୍ଜନ ଭୋଇ, ବିକାଶ ମହାଲିଙ୍ଗ, ବୈକୁଣ୍ଠ ସେଠ, ଫିରୋଜ ନାୟକ, ଜ୍ଞାନରଞ୍ଜନ ଯାଦବ, ମହେନ୍ଦ୍ର ଭୋଇ, ସୁମିତ ଦଣ୍ଡସେନା, ଭୀମ ଦଣ୍ଡସେନା, ସରୋଜ ସାହୁ, ବିଟୁ ଦୋରା, ସଞ୍ଜୟ ଦଣ୍ଡସେନା, ସ୍ୱାଗତ ବେହେରା, ରୋହିତ ସାହୁ, ପୃଥ୍ୱୀରାଜ ସାହୁ, ଉମେଶ ସାହୁଙ୍କ ସମେତ କମିଟର ସଦସ୍ୟମାନେ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l  

What's Your Reaction?

like

dislike

love

funny

angry

sad

wow