ସୋନପୁର ରେ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା :

Apr 24, 2025 - 20:15
 0  20
ସୋନପୁର ରେ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା :

ସୋନପୁର ରେ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା

ସୁବର୍ଣ୍ଣପୁର:- ଲୋକ୍ ଆଵାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ)

ସୋନପୁର ସହର ର ଥନାପତିପଡ଼ା ଠାରେ ଏକ ନୁତନ ପଞ୍ଚମୁଖୀ ହନୁମାନଙ୍କ ପ୍ରାଣ ପ୍ରତିଷ୍ଠା ହୋଇଯାଇଛି। ଏଥିପାଇଁ ସୋମବାର ଦିନ କଳସ ଯାତ୍ରା ସହ ଅଙ୍କୁରା ରୋପଣ ଦ୍ଵିତୀୟ ମଙ୍ଗଳବାର ଦିନ ରତ୍ନମୁଦ ସହ ତୃତୀୟ ବୁଧବାର ଦିନ ପ୍ରାଣ ପ୍ରତିଷ୍ଠା କାର୍ଯ୍ଯକ୍ରମ ଅନୁଷ୍ଟିତ ହୋଇଯାଇଛି। ଏହି ଉତ୍ସବରେ ପ୍ରଥମ ଦିନ କଳସ ଶୋଭାଯାତ୍ରାରେ ପରମ ହନୁମାନ ଙ୍କ ଭକ୍ତ ସୋନପୁର ଜିଲ୍ଲା ବଲାଡିର ବାବା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅଞ୍ଚଳର ଶତାଧିକ ମହିଳା ତଥା ସମସ୍ତ ଭକ୍ତ ମହାନଦୀରୁ ଏକ ବିଶାଳ କଳସ ଶୋଭାଯାତ୍ରାରେ ମନ୍ଦିର ପହଞ୍ଚିଥିଲେ। ଏବଂ ବିଭିନ୍ନ ସ୍ଥାନରୁ ସାଧୁସନ୍ଥ ତଥା ହନୁମାନ ବାବାଙ୍କ ଆଗମନ ହୋଇଥିଲା। ମୁଖ୍ୟ ପୂଜକ ଗୋବର୍ଦ୍ଧନ ଦାଶଙ୍କ ତତ୍ଵାବଧାନରେ ଅନୁଷ୍ଟିତ ଏହି ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମୁଖ୍ୟ କର୍ତ୍ତା ଭାବରେ ଶୋଭା ପ୍ରକାଶ ମିଶ୍ର ପୂଜା କାର୍ଯ୍ୟ ତୁଲାଇଥିଲେ। ମନ୍ଦିର କମିଟି ର ସଭାପତି ବକ୍ରାନ୍ତ କେଶରୀ ମିଶ୍ର, ଉପ ସଭାପତି ଚିତ୍ତ ପୂଜାହାରୀ, ସଂପାଦକ ସୁରଜ ଥନାପତି, କୋଷାଧ୍ୟକ୍ଷ ସୁକାନ୍ତ ସାହୁ, ସୁରୁବାବୂ ଡାଙ୍ଗୁଆଙ୍କ ସହ କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow