ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବରଙ୍କ ଧାନ ଶସ୍ୟ କାଟ କ୍ଷେତ୍ର ପରିଦର୍ଶନ l

ନୂଆପଡ଼ା - ଲୋକ ଆବାଜ.ଇନ ( ରାମନାଥ ପଣ୍ଡା ଙ୍କ ରିପୋର୍ଟ)
ଆଜି ନୂଆପଡ଼ାର ଧରମବନ୍ଧା ଗ୍ରାମ ପଞ୍ଚାୟତର ଧରମବନ୍ଧା ଗାଁ ରେ ଖରିଫ୍ ଋତୁ ପାଇଁ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ ଧାନ କ୍ଷେତରେ ଶସ୍ୟ କାଟ ହୋଇଥିଲା l ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ଏହି ଶସ୍ୟ କାଟ ଓ ମାପ ପଦ୍ଧତିକୁ ପରିଦର୍ଶନ କରିଥିଲେ l
ଚାଷୀ ଧରମ ଦାସଙ୍କ ପ୍ଲଟ ନଂ ୨୧୭୫ ରେ ଧାନ ଫସଲ କାଟ ସମୟରେ ୨୫ ବର୍ଗ ମିଟର କ୍ଷେତ୍ର ରୁ ୧୬ କେଜି ୮୪୦ ଗ୍ରାମ ଧାନ ଆଦାୟ ହୋଇଥିଲା l ଏଥିରେ ଗ୍ରାମ୍ୟ କୃଷି କର୍ମଚାରୀ ମୋତିଲାଲ ଶବର, ଏସ ବି ଆଇ ବୀମା କର୍ମଚାରୀ ଭକ୍ତ ଚରଣ ପଟେଲ ଚାଷୀ ଙ୍କ ସହିତ ଉପସ୍ଥିତ ରହି ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗ ଫର୍ମ ୮ ପୂରଣ କରି ମୋବାଇଲ୍ ଆପ ରେ ଅପଲୋଡ଼ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ନିଜେ କ୍ଷେତ୍ରରେ ଉପସ୍ଥିତ ରହି ସବୁ ପ୍ରକ୍ରିୟା ନିରୀକ୍ଷଣ କରୁ ଥିବାରୁ ଚାଷୀ ତଥା ସମସ୍ତ କର୍ମଚାରୀ ମହଲରେ ଉତ୍ସାହ ବୃଦ୍ଧି ପାଇଛି l ବାସ୍ତବରେ ବର୍ତ୍ତମାନ ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ,ଉପ ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟ ତତ୍ପରତା ଓ କାର୍ଯ୍ୟ କରିବା ଶୈଳୀ ପୂର୍ବାପେକ୍ଷା ବର୍ତ୍ତମାନ ଗତିଶୀଳ ଯାହାକି ସାଧାରଣ ଲୋକଙ୍କ ପାଇଁ ସୁବିଧା ଓ ସହଜ ସାଧ୍ୟ ହୋଇପାରୁଛି ।
What's Your Reaction?






