ଆଜି ଠାରୁ ଐତିହାସିକ ଶୈବପୀଠ ବେଲଖଣ୍ଡିରେ ଆରମ୍ଭ ହେଲା ଶିବରାତ୍ରୀମେଳା କଳାହାଣ୍ଡି (ଲୋକ ଆବାଜ. ଇନ )

Feb 26, 2025 - 14:26
 0  9
ଆଜି ଠାରୁ ଐତିହାସିକ ଶୈବପୀଠ ବେଲଖଣ୍ଡିରେ ଆରମ୍ଭ ହେଲା ଶିବରାତ୍ରୀମେଳା କଳାହାଣ୍ଡି (ଲୋକ ଆବାଜ. ଇନ )

ଆଜି ଠାରୁ ଐତିହାସିକ ଶୈବପୀଠ ବେଲଖଣ୍ଡିରେ ଆରମ୍ଭ ହେଲା ଶିବରାତ୍ରୀମେଳା କଳାହାଣ୍ଡି (ଲୋକ ଆବାଜ. ଇନ ) 

କଳାହାଣ୍ଡି ର ସର୍ବପ୍ରାଚୀନ ଐିତିହାସିକ ଶୈବପୀଠ ବେଲଖଣ୍ଡି ସ୍ଥିତ ଧବଳେଶ୍ୱର ମନ୍ଦିରରେ ଆଜି ଠାରୁ ଆରମ୍ଭ ହେଉଛି ମହାଶିବରାତ୍ରୀ ମେଳା । କେସିଙ୍ଗା ବ୍ଲକ ଅଧିନସ୍ଥ ତେଲ ଓ ଉତେଇ ନଦୀ ସଙ୍ଗମସ୍ଥଳରେ ଅବସ୍ଥିତ ଏହି ନବମ-ଦଶମ ଶତାଦ୍ଧୀର ଶୈବପୀଠରେ କାହିଁ ଅନାଦି କାଳରୁ ଶିବରାତ୍ରୀ ମେଳା ଅନୁଷ୍ଠିତ ହୋଇଆସୁଛି । ଏଠି ଧବଳେଶ୍ୱର ମହାଦେବ ବାବା ଙ୍କ ସହ ସିଦ୍ଧେଶ୍ୱରୀ (ଚଣ୍ଡି), ଅଷ୍ଟଶମ୍ଭୁ, ସପ୍ତମାତୃକା ଓ ଅନ୍ୟାନ୍ୟ ଦେବାଦେବୀ ଙ୍କ ପୀଠ ରହିଛି । ଏଠାରୁ ଆବିଷ୍କୃତ ଉମାମାହେଶ୍ୱରୀ ମୂର୍ତ୍ତୀ ଓ ସପ୍ତମାତୃକା ମୂର୍ତ୍ତୀ ସହ ଯାଜପୁର ର ଦଶ୍ୱାଧମେଧ ଘାଟରୁ ମିଳିଥିବା ସପ୍ତମାତୃକାମୂର୍ତ୍ତି ସହ ସାମଞ୍ଜସ୍ୟ ଥିବାରୁ ସୋମବଂଶୀରାଜତ୍ୱକାଳରେ ମନ୍ଦିର ନିର୍ମାଣ ହୋଇଥିବାର ଐତିହାସିକ ମତ ରହିଛି । ଏଠାରେ ଶିବ ଓ ଶାକ୍ତ ର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳେ l ଏଠାରେ ରାମାୟଣ ଯୁଗରେ ବନବାସ ସମୟରେ ସୀତା ଶିବଙ୍କ ପୂଜାର୍ଚନା କରିଥିଲେ ଓ ତାହା ଶିବଲିଙ୍ଗ ହୋଇ ପୂଜା ପାଇ ଆସୁଛି ବୋଲି କିମ୍ବଦନ୍ତୀରୁ ଜଣାଯାଏ । ଶିବରାତ୍ରୀ ପରଦିନ ଅମାବାସ୍ୟାରେ ଚଣ୍ଡିପୀଠରେ (ଦେଉଳମୁହାଣ) ପାଟବୁକା ବଳି ଦିଆଯାଇଥାଏ ଓ ପରଦିନ ଶହଶହ ସଂଖ୍ୟା ରେ ବଳି ପଡିଥାଏ । ଏହି ଦିନ ରାତ୍ରିରେ ମା ଭୈରବୀ କାଳସୀ ରୂପରେ ସବାର ହୋଇ ତାଳଭଅଁରl ସ୍ଥିତ ମୁଖ୍ୟ ପୂଜକ ଙ୍କ ଘରୁ ବାହାରି ଭୋର ସମୟ ରେ ମନ୍ଦିରରେ ପହଞ୍ଚିଥାନ୍ତି ଏବଂ ଧବଳେଶ୍ୱର ଙ୍କୁ ଅନୁମତି ମାଗି ଚଣ୍ଡୀ ପୀଠ କୁ ଆସିଥାନ୍ତି l ଏହି ଯାତ୍ରା ଦେଖିବା ପାଇଁ କଳାହାଣ୍ଡି ସମେତ ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର ଅଞ୍ଚଳରୁ ବହୁସଂଖ୍ୟକ ଭକ୍ତ ଆସିଥାନ୍ତି । ବିଭିନ୍ନ ମନୋହରୀ ଦୋକାନ ବଜାର ସମେତ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରହର ନାମଯଜ୍ଞ ଆଦି ଆୟୋଜନ କରାଯାଇଥିବା କମିଟି ପକ୍ଷରୁ ସୂଚନା ମିଳିଛି । କେସିଙ୍ଗା ଥାନା ଓ ପଲମ ଫାଣ୍ଡିରୁ ଶାନ୍ତିଶୃଙ୍ଖଳା ପାଇଁ ସୁରକ୍ଷା ବାହିନୀ ମୃତୟନ ହୋଇଛନ୍ତି

What's Your Reaction?

like

dislike

love

funny

angry

sad

wow