ଆମ୍ବଗାଁ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ଗୋପପନ୍ଧୁ ଓ ଗଙ୍ଗାଧରଙ୍କ ପ୍ରତିମୃତ୍ତି ଉନ୍ମୋଚନ

Nov 23, 2024 - 06:51
 0  8
ଆମ୍ବଗାଁ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ଗୋପପନ୍ଧୁ ଓ ଗଙ୍ଗାଧରଙ୍କ  ପ୍ରତିମୃତ୍ତି ଉନ୍ମୋଚନ

କଣ୍ଟାମାଳ: ଲୋକ୍ ଆଵାଜ୍.ଇନ୍( ପୂର୍ଣ୍ଣ ଚରଣ ସାହୁ)

 ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଏବଂ କଣ୍ଟାମାଳ ବିଡ଼ିଓ ସାମୀ ଜୟଶ୍ରୀ ରେଡ଼ି କଣ୍ଟାମାଳ ବ୍ଳକ ଆମ୍ବଗାଁ ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପରିଦର୍ଶନ ପାଇଁ ଆସିଥିଲେ । ସ୍କୁଳର ବିଜ୍ଞାନଗାର, ଇ-ଲାଇବ୍ରେରୀ ଏବଂ ଭୋକେସନାଲା ପରୀକ୍ଷାଗାର ବୁଲି ଦେଖିଥିଲେ ଓ ସ୍କୁଲର ନବମ ଶ୍ରେଣୀକୁ ଯାଇ ଛାତ୍ରୀଛାତ୍ର ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l ଏହାପରେ ଛାତ୍ରୀନିବାସରେ ରହୁଥିବା ଅନ୍ତେବାସୀ ଛାତ୍ରୀମାନଙ୍କ ଖାଇବା ଓ ମଶାରୀ ଟାଣି ଶୋଇବା ବିଷୟରେ ପଚାରିଥିଲେ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ବିଷୟରେ ପଚାରି ବୁଝିଥିଲେ l ଶେଷରେ ଦଶମ ଶ୍ରେଣୀ ଛାତ୍ର,ଛାତ୍ରୀ ମାନଙ୍କୁ ଭଲ ଭାବରେ ପଢ଼ିବା ପାଇଁ ଟିପସ୍ ଦେବା ସହ ଉତ୍ତମ ଶିକ୍ଷାର୍ଥୀ ହେବାକୁ ପରାମର୍ଶ ଦେଇଥିଲେ I ଏହି ଅବସରରେ ଉତ୍କଳମଣି ଗୋପବନ୍ଧୁ ଦାସ ଓ ସ୍ଵଭାବକବି ଗଙ୍ଗାଧର ମେହେରଙ୍କର ପ୍ରତିମୃତ୍ତି ଉନ୍ମୋଚନ କରିବା ସହିତ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରୀଛାତ୍ର ମାନଙ୍କୁ ଉପଦେଶ ଦେଇଥିଲେ l

What's Your Reaction?

like

dislike

love

funny

angry

sad

wow