ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୧୩ ଓ ପ୍ରାଥମିକ ବିଦ୍ୟାଳୟ ୩ ଶିକ୍ଷକ ସିନିୟର୍ ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ହେଲେ
କର୍ଲାମୁଣ୍ଡା:୨୮/୯(ଲୋକ ଆବାଜ୍.ଇନ୍/ବ୍ୟୁରୋ ରିପୋ୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୧୩ ଓ ପ୍ରାଥମିକ ବିଦ୍ୟାଳୟ ୩ ଶିକ୍ଷକ ସିନିୟର୍ ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ହୋଇଥିବା ଜଣା ପଡିଛି। ବ୍ଲକ ର ଉଜ୍ଜ୍ୱଳ କୁମାର ସାହୁ, ମନୋଜ କୁମାର ମିଶ୍ର, ଦୁର୍ଗା ପ୍ରସାଦ ସାହୁ, ପାର୍ଥବ ସାହୁ, ସୁର୍ଯ୍ୟ ମଣି ରଣା, ବାବୁଲି ଚରଣ ପରିଡ଼ା, ପ୍ରତିମା ନନ୍ଦ, ସନ୍ଧ୍ୟା ରାଣୀ ନାଏକ, ଧବଳେଶ୍ୱର ସାହୁ, ଚନ୍ଦ୍ର କାନ୍ତି ସୁନା, ପ୍ରଦୀପ୍ତ କିଶୋର ରଣା , ଜଗ ମୋହନ ଭୋଇ ଓ ଜିତେନ୍ଦ୍ର କମ୍ପ ପ୍ରମୁଖ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ଲେଭେଲ୍ ଥାର୍ଡ) ପ୍ରଧାନ ଶିକ୍ଷୟିତ୍ରୀ ଶିକ୍ଷକ ଭାବେ ପଦୋନ୍ନତୀ ପାଇଥିବା ବେଳେ ପ୍ରାଥମିକ ବିଦ୍ୟାଳୟ ର ୩ ଜଣ ସିନିୟର୍ ପ୍ରଧାନ ଭାବେ ଶିକ୍ଷକ ଭାବେ ତ୍ରିଭୁବନ ନାଗ, ପୂର୍ଣ୍ଣ ଚନ୍ଦ୍ର ରଣା, ବିଭୂତି ଭୂଷଣ ସେଠ୍ ପଦୋନ୍ନତୀ ପାଇଥିବା ଜଣାପଡ଼ିଛି । ଏହି ଅବସରରେ କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ ଠାରେ ସୋମବାର ପଦୋନ୍ନତୀ ପାଇଥିବା ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କୁ ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ
What's Your Reaction?