କଣ୍ଟାମାଳ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର କାର୍ଯ୍ୟ ବନ୍ଦ ଯୋଗୁଁ ଶିକ୍ଷାଦାନ ଠପ

କଣ୍ଟାମାଳ:ଲୋକ ଆବାଜ୍. ଇନ୍(ପୂର୍ଣ୍ଣ ଚରଣ ସାହୁ)
ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆହ୍ୱାନ କ୍ରମେ ଗତ କାଲି ଠାରୁ ଆଞ୍ଚଳିକ ପଂଚାୟତ ମହାବିଦ୍ୟାଳୟ,ଘଣ୍ଟାପଡା ଓ ପଂଚାୟତ କଲେଜ, କଣ୍ଟାମାଳରେ କାର୍ଯ୍ୟରତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟ ବନ୍ଦରେ ସାମିଲ ହୋଇଥିବା ହେତୁ ଶିକ୍ଷାଦାନ ସମ୍ପୂର୍ଣ୍ଣ ଭାବେ ଠପ ହୋଇ ପଡିଛି l ବାରମ୍ବାର ଦାବୀ, ଆନ୍ଦୋଳନ ସତ୍ୱେ ରାଜ୍ୟ ସରକାର ୨୦୦୮-୨୦୧୮ ଅନୁଦାନ ନୀତି ପ୍ରଣୟନ ପ୍ରତି ଆଦୌ ଦୃଷ୍ଟି ନଦେବା ହେତୁ ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ କଠୋର ନିଷ୍ପତି ଗ୍ରହଣ କରି ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘର ଜିଲ୍ଲା ସଂଯୋଜକ ଅଧ୍ୟାପକ ସୁବାଷ ବାରିକ ସୂଚନା ଦେଇଛନ୍ତି l କଣ୍ଟାମାଳ ବ୍ଲକର ଏହି ଦୁଇ ଗୋଟି କଲେଜର ଅଧ୍ୟାପକ ଓ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଯୋଗୁଁ ଶିକ୍ଷାଦାନ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି l
What's Your Reaction?






