ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉପଲକ୍ଷେ ସ୍କୁଲ କଲେଜ ସ୍ତରୀୟ ପ୍ରତିଯୋଗିତା

Aug 17, 2024 - 17:11
Aug 17, 2024 - 17:13
 0  13

ମ,ରାମପୁର (ବ୍ୟୁରୋ ରିପୋର୍ଟ, ଲୋକ ଆଵାଜ୍) : କଳାହାଣ୍ଡି ଜିଲ୍ଲା ମ,ରାମପୁର ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଓଡ଼ିଶା ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯlତ୍ରୀ ସାହିତ୍ୟ ସଂସଦ ତରଫରୁ ସ୍କୁଲ କଲେଜ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ସଂସଦ ର ସମ୍ପାଦକ ହେମନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇ ଯାଇଛି l ପ୍ରାଥମିକ ସ୍ତରରେ ଚିତ୍ରାଙ୍କନ,  ରଚନା ଲିଖନ,ସାଧାରଣ ଜ୍ଞାନ, ବକୃତା ଓ ଉଚ୍ଚ ବିଦ୍ୟାଳୟ ସ୍ତରରେ ଗଳ୍ପ ଲିଖନ, କଣ୍ଠ ସଙ୍ଗୀତ, ବକୃତା, ଚିତ୍ରାଙ୍କନ ଏବଂ ମହାବିଦ୍ୟାଳୟ  ସ୍ତରରେ ପ୍ରବନ୍ଧ ଲିଖନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l

ବିଭିନ୍ନ ପ୍ରତିଯୋଗିତାରେ ବିଭୂତି ଭୂଷଣ ପ୍ରହରାଜ, ରଜନୀ କାନ୍ତ ମହାଖୁଡ, ଜ୍ୟୋତିସ୍ନା ଏମ , ଜନ୍ମେଜୟ ପ୍ରଧାନ, ସ୍ୱରୁପା ରାଣୀ ହୋତା, ଇପ୍ସିତା ତ୍ରିପାଠୀ,ଧୀରେନ୍ଦ୍ର ମହାନ୍ତି, ସୁବୋଧ କୁମାର ଶତପଥୀ, କବିତା ସାହୁ ପ୍ରମଖୁ ବିଚାରକ ରହିଥିବା ବେଳେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଧାନ ଆଚାର୍ଯ୍ୟ କିଶୋର  ଚନ୍ଦ୍ର ତ୍ରିପାଠୀ, ଗୁରୁଜୀ ସରୋଜ ଘଡେ଼ଇ, ଗୀତାଞ୍ଜଳୀ ପାଣିଗ୍ରାହୀ ଙ୍କ ସମେତ ସଂସଦ ର ବରିଷ୍ଠ ସଦସ୍ୟ ପରମାନନ୍ଦ ବିଶି, ନାରାୟଣ ମହାଳିକ, ରାକେଶ ଶତପଥୀ, ମାନସ ପ୍ରହରାଜ, ସୁଶାନ୍ତ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ l ଏହି ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତା ୧୯ ତାରିଖ କବିଙ୍କ ଜୟନ୍ତୀ ଉତ୍ସବରେ ଅଥିତିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯିବ ବୋଲି ସମ୍ପାଦକ ଶ୍ରୀଯୁକ୍ତ ସାହୁ ସୂଚନା ଦେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow