କର୍ଲାମୁଣ୍ଡା ବ୍ଲକ ବିଭିନ୍ନ ସ୍ଥାନରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ

Dec 12, 2025 - 06:55
 0  10
କର୍ଲାମୁଣ୍ଡା ବ୍ଲକ ବିଭିନ୍ନ ସ୍ଥାନରେ  ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ପ୍ରଦୀପ କୁମାର ରଣା ଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ବିଦ୍ୟାଳୟ ମାନଙ୍କ ରେ ଗୁରୁବାର ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ରେଙ୍ଗାଲି କ୍ଲସ୍ଟର ପକ୍ଷରୁ ସିଆରସିସି ଉଜ୍ଜ୍ୱଳ କୁମାର ସାହୁ ଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ବୋରପଦର ଗ୍ରାମ ପଞ୍ଚାୟତ ସରପଞ୍ଚ ସୁବାଷ ସାହୁ,ସମ୍ମାନିତ ଅତିଥି ଭାବେ ପୂର୍ବତନ ସମିତି ସଭ୍ୟ ବୈଷ୍ଣବ ସାହୁ,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସଂଯୋଗ ସାହୁ,ୱାର୍ଡ ମେମ୍ବର ଭାସ୍କର ସାହୁ,ଭଟାପଲା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରାଣ ବନ୍ଧୁ ରଣା ପ୍ରମୁଖ ଶିକ୍ଷା ସଭା ରେ ଯୋଗ ସରକାର ଙ୍କ ୬ ରୁ ୧୮ ବର୍ଷ ର ଅଧାରୁ ପାଠ ଛାଡି ଥିବା ଛାତ୍ରୀ ଛାତ୍ର ମାନେ କିଭଳି ମୁଖ୍ୟ ସ୍ରୋତରେ ସାମିଲ ହେବେ ସେ ଉପରେ ଆଲୋଚନା କରିଥିଲେ।ସେହି ପରି କର୍ଲାମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ସିଆରସିସି ପ୍ରସନ୍ନ କୁମାର ସାହୁ ଙ୍କ ନେତୃତ୍ୱରେ କେନ୍ଦୁମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ଶିକ୍ଷା ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଗୋପମଣି ସାହୁ,ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହରିଲାଲ ବିଭାର, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ବୈଶାଖୁ ରଣା ପ୍ରମୁଖ ଉପସ୍ଥିତ ଥିଲେ  

What's Your Reaction?

like

dislike

love

funny

angry

sad

wow