କର୍ଲାମୁଣ୍ଡା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ୧୪୨ ଟି ପ୍ରକଳ୍ପ ପ୍ରଦର୍ଶିତ
କର୍ଲାମୁଣ୍ଡା ୨୬/୧୧: ( ଲୋକ ଆବାଜ. ଇନ/ପ୍ରଦୀପ କୁମାର ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ତଥା ଇକୋକ୍ଲବ ପ୍ରଦର୍ଶନୀ ରିଷିଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଗୋଷ୍ଠୀଶିକ୍ଷାଧିକାରୀ ବାଞ୍ଛାନିଧି ପଣ୍ଡା ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପଞ୍ଚାୟତ ସମିତି ଅଧ୍ୟକ୍ଷା କୁନି ସାହୁ ମୁଖ୍ୟଅତିଥି, ରିଷିଡା ସରପଞ୍ଚ ସେବତୀ ରଣା, କ ଜୋନ ଜିଲ୍ଲାପରିଷଦ ସଭ୍ୟ ମହେନ୍ଦ୍ର ରଣା, ଏସଏମସି ସଭାପତି ରାଧାକାନ୍ତ ସେଠ, ଏସଏମସି ର ପୂର୍ବତନ ସଭାପତି ନେମିଚାନ୍ଦ ଜୈନ, ବାପୁଜୀ ହାଇସ୍କୁଲ ପ୍ରଧାନଶିକ୍ଷକ ଦିପ୍ତିମୟୀ ଦୋରା, ତେରେସିଂହା ହାଇସ୍କୁଲ ପ୍ରଧାନ ଶିକ୍ଷକ ଗରୁଡଧ୍ୱଜ ଗହୀର, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅନ୍ତର୍ଯ୍ୟାମୀ ମଲ୍ଲିକ, ରିଷିଡା ସିଆରସିସି ବିଶିକେସନ ସୁନା, କର୍ଲାମୁଣ୍ଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ, ବିଏସଆରସି ସଭାପତି ଲଲିତ ମୋହନ ସାହୁ, ସଂପାଦକ ସଞ୍ଜିବ କୁମାର ନାଗ, ରିଷିଡା ସରକାରୀ ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁଶାନ୍ତ ବାଗ ସମ୍ମାନୀତ ଅତିଥି ଭାବେ ଯେଗାଦେଇଥିଲେ। ବରିଷ୍ଠ ଶିକ୍ଷୟତ୍ରୀ ଜୟନ୍ତୀ ପଣ୍ଡା ସଭା ସଂଯୋଜନା କରିଥିବା ବେଳେ ବାପୁଜୀ ହାଇସ୍କୁଲ ଛାତ୍ରୀ ମାନେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ।
ଏହି ପ୍ରଦର୍ଶନୀରେ ୧୪୨ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇତିଲା। ତନ୍ମଧ୍ୟରୁ ବରିଷ୍ଠ ବିଭାଗରେ ୬୦ଟି ପ୍ରକଳ୍ପ ରହିତିଲା। ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ୭ଟି ସବଥିମର ୭ଜଣ ଟପର ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ କୁ ଯିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ସେମାନେ ହେଲେ ଏସ.ମାଲପଡା ହାଇସ୍କୁଲ ଜଗା ସାହୁ, ରେଗଡା ହାଇସ୍କୁଲ ର କାହ୍ନା ସୁନା, ରିଷିଡା ସରକାରୀ ହାଇସ୍କୁଲର ହିତାଂଶୁ ଗହୀର, ଟକାରୁମାଲ ଉ.ପ୍ରା ବିଦ୍ୟାଳୟର ମୋହିତ ସାହୁ, ସାପଲହରା ହାଇସ୍କୁଲ ତନ୍ମୟୀ ସାହୁ, କର୍ଲାମୁଣ୍ଡା ହାଇସ୍କୁଲ ର ସୀତୁ ସାହୁ ଓ ରିଷିଡା ବାପୁଜୀ ହାଇସ୍କୁଲ ର ଅପର୍ଣ୍ଣା ସାହୁ। ସେହିପରି ଇକୋ କ୍ଲବ ପ୍ରଦର୍ଶନୀରେ ଏସମାଲପଡା ହାଇସ୍କୁଲ ର ଦେବାଶିଷ ସାହୁ ପ୍ରଥମ, ଏସମାଲପଡା ହାଇସ୍କୁଲ ର ଆଦର୍ଶ କୁମାର ସାହୁ ଦ୍ୱିତୀୟ, ରିଞ୍ଜା ହାଇସ୍କୁଲର ଜ୍ୟୋର୍ତିମମୟୀ ସାହୁ ତୃତୀୟ, ରିଷିଡା ବାପୁଜୀ ହାଇସ୍କୁଲ ମୁସ୍କାନ ସୁନା, ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ରାଷ୍ଟ୍ରୀୟ ଆବିଷ୍ଲାର ଅଭିଯାନରେ ବରିଷ୍ଠ ବିଭାଗରେ ରିଷିଡା ସରକାରୀ ହାଇସ୍କୁଲ ର ଆଦିତ୍ୟ ରଣା ପ୍ରଥମ, ବାଞ୍ଜିପଦର ହାଇସ୍କୁଲର କେତକୀ ବାଗ ଦ୍ୱିତୀୟ ଓ ଡେଜି ବାଗ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବିଭାଗରେ ବାପୁଜୀ ହାଇସ୍କୁଲ ର ସାଇନା କୁମାର ପ୍ରଥମ, ସରକାରୀ ହାଇସ୍କୁଲ ର ସିହାନ ନାଗାଦତ୍ୟ ଦ୍ୱିତୀୟ, ନିମିସ୍ମିତା ରଣା ତୃତୀୟ ସ୍ଥାନ ଅଧିକାର କରିଥିଲେ।
ସବଜୁନିୟର ଗୃପରେ କନ୍ଧପଡା ପ୍ରାଥମିକ ବିଦ୍ୟାଳୟର ରଚନା ରଣା ପ୍ରଥମ, ତେରସିଂହା ବସ୍ତି ପ୍ରାଥମିକ ବିଦ୍ୟାଳୟର ପାୟଲ ରଣା ଦ୍ୱିତୀୟ, ଯମୁନାପୁର ପ୍ରାଥମିକ ବିଦ୍ୟାଳୟର ଆଶିଷ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଚାରକ ଭାବେ ମହୋନଗିରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ବିମଳ ସୁନା, ଭୀମକେଲା ହାଇସ୍କୁଲ ର ରାଜୀବ କିଶୋର ଦାସ, ବେଲଖଣ୍ଡି ହାଇସ୍କୁଲ ତପନ କୁମାର ଭୋଇ, ଆମପାଲି ହାଇସ୍କୁଲ ର ଚକ୍ରଧର ବାଗ ଯୋଗଦେଇଥିଲେ। ଉଦଯାପନୀ ସମାରୋହରେ ବିଇଓ ବାଞ୍ଛାନିଧି ପଣ୍ଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ହେମସାଗର ମହାନନ୍ଦ, ଜିଲ୍ଲାବିଜ୍ଞାନ ନିରୀକ୍ଷକ ସୁଷ୍ମନ୍ତ ଶେଖର ପାଢୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ପ୍ରିୟତମା ଜେନା, ଏସଏମସି ସଭାପତି ରାଧାକାନ୍ତ ସେଠ ସମ୍ମାନୀତ ଅତିଥି ଭାବରେ ଯେଗାଦେଇଥିବା ବେଳେ ଗୋଲାମୁଣ୍ଡା ସର୍ବମଙ୍ଗଳା ଡିଗ୍ରୀ କଲେଜର ରାସାୟନିକବିଭାଗ ଅଧ୍ୟାପକ ନବକୃଷ୍ଣ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଏହି ଅବସରରେ ଶ୍ରେଷ୍ଠ ଗାଇଡ ଶିକ୍ଷକ ଭାବରେ ମାଧ୍ୟମିକ ସ୍ତରରେ ରିଞ୍ଜା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସୁରେଶ ଚନ୍ଦ୍ର ମିଶ୍ର ଓ ପ୍ରାଥମିକ ସ୍ତରରେ କଣ୍ଡରେଇ ପ୍ରାଥମିକ ବିଦ୍ୟାଳୟର ଛବିଳ ସାହୁ ଙ୍କୁ ପୁରସ୍କୃତ କରାଯାଇତିଲା।
ଏଥିସହିତ ଗତବର୍ଷ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ବାପୁଜୀ ହାଇସ୍କୁଲର ଅମନ କୁମାର ସାହୁ ଓ ଚଳିତବର୍ଷ ରାଜ୍ୟସ୍ତରୀୟ ସୁରଭି ମହୋତ୍ସବରେ କୃତାରେ ତୃତୀୟ ସ୍ଥାନ ଅଧିକାର କରିଥିବା ସରକାରୀ ହାଇସ୍କୁଲ ରିଷିଡାର ଟିକ୍ୱିଲ ସୁନା କୁ ସ୍ୱତନ୍ତ୍ର ଭାବେ ସମ୍ାମନୀତ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଜୟନ୍ତୀ ପଣ୍ଡା ସଂଯୋଜନା କରିଥିବା ବେଳେ ସାଂଗଠାନିକ ସଂପାଦକ ତଥା ଆୟୋଜକ ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକ ସୁଶାନ୍ତ ବା୍ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଆୟୋଜକ ରିଷିଡା ସରକାରୀ ହାଇସ୍କୁଲ ର କୁମାର ତରୁଣ ଗହୀର, ବିଧୁଲତା ସୁନା, ବିଜୟିନୀ ମଲ୍ଲିକ, ନିତି ନନ୍ଦ, ରାଜେନ୍ଦ୍ର ବିଭାର, ସୁମନ୍ତ ସାହୁ, ପବିତ୍ର ଜଡତିଆ, ଡିଙ୍ଗର ମାଝୀ, କ୍ଷୀରସିନ୍ଧୁ ନାଏକ, ମମତା ରଣା, ଶର୍ମିଷ୍ଠା ପାଣିଗ୬ାହୀ, ପ୍ରତିଭା ବିଶି, ପ୍ରଭାସ କୁମାର ଛତ୍ରିଆ, ଦିଲିପ କୁମାର ରଣା ପ୍ରମୁଖ ସହଯୋଗ କରିଥିଲେ।
What's Your Reaction?