କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନାଞ୍ଚଳ ଜୟପାଟଣା ରେଞ୍ଜରେ ଇଡି ର ଚଢ଼ାଉ :

କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନାଞ୍ଚଳ ଜୟପାଟଣା ରେଞ୍ଜରେ ଇଡିର ଚଢ଼ାଉ
ଧର୍ମଗଡ଼: ଲୋକ୍ ଆଵାଜ୍.ଇନ୍(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନାଞ୍ଚଳ ଅଧୀନରେ ଥିବା ଜୟପାଟଣା ରେଞ୍ଜରେ ବେଆଇନ ଭାବେ ସରକାରୀ ଟଙ୍କା କୁ ବିନିଯୋଗ ଦେଖାଇ ହଡପ ଅଭିଯୋଗ ରେ ଇଡି ପକ୍ଷରୁ ଚଢ଼ାଉ l ଜୟପାଟଣା ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ରେ ବନୀକରଣ,ନର୍ସରି, ଚାରା ରୋପଣ,ଚାରା ଯତ୍ନ,ପଥର ବନ୍ଧ, ମନରେଗା ଯୋଜନା ରେ ବ୍ୟାପକ ଦୁର୍ନୀତି କରି ଅଢେଇ କୋଟିରୁ ଉର୍ଦ୍ଧ ଟଙ୍କା ରେଞ୍ଜର,ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ମାନେ ମିଶି ଦୁର୍ନୀତି କରିଥିବା ଅଭିଯୋଗ ପରେ ଆଜି ଇଡି ପକ୍ଷରୁ ଚଢ଼ାଉ କରା ଯାଇଛି l ଜୟପାଟଣା ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ସମେତ ଫରେଷ୍ଟ ଗାର୍ଡ ଅଶୋକ ସାହୁ ଙ୍କ ଲଡୁଗାଁ ସ୍ଥିତ ବାସଭବନରେ ଇଡି ଚଢ଼ାଉ କରି ବିଭିନ୍ନ କାଗଜପତ୍ର ଜାଞ୍ଚ କରିଛନ୍ତି l ଆଜି ସକାଳ ୧୦ ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରାୟ ୭ ଘଣ୍ଟା ଧରି ଯାଞ୍ଚ କରି ଅନେକ ତଥ୍ୟ ହାସଲ କରିଛି ଇଡି l ଏ ନେଇ ଭୁବନେଶ୍ୱର ଜୋନାଲ ଅଫିସ ପକ୍ଷରୁ ଅନୁସନ୍ଧାନ ରୁ ଜଣାପଡିଛି ଯେ ବନ ବିଭାଗର ଅଧିକାରୀ ମାନେ ଗୋଟିଏ ମୋବାଇଲ ନମ୍ବର ଲିଙ୍କ କରି ୧୨୧ ଗୋଟି ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି ଜଙ୍ଗଲ ବିଭାଗ ଅନେକ ଯୋଜନାରେ ଆସିଥିବା ସରକାରୀ ପାଣ୍ଠିରୁ ଟଙ୍କା ଟ୍ରାନ୍ସଫର କରି ପରବର୍ତ୍ତୀ ସମୟରେ ଏଟିଏମ ରୁ ସେଇ ଟଙ୍କା କୁ ଉଠାଣ କରାଯାଇଛି l ଏହିଭଳି ଦୁର୍ନୀତି କରି ପ୍ରାୟ ଅଢେଇ କୋଟି ଟଙ୍କାର ହେରଫେର ହୋଇଥିବା ଇଡି ଜାଣିବାକୁ ପାଇଛି l ତେବେ ଛଡାଉ ବେଳେ ଅନେକ ମିଥ୍ୟା ବ୍ୟାଙ୍କ ଆକାଉଣ୍ଟ,ମୋବାଇଲ ଫୋନ,ଟଙ୍କା ଉଠାଣ ସ୍ଲିପ,ଡିଜିଟାଲ ଡିଭାଇସ,ବେଆଇନ ଦଲିଲ ଓ ଏକ ସନ୍ଧେହଜନକ ବାଘ ଛାଲ ଜବତ କରିଥିବା ଇଡି ପକ୍ଷରୁ ସୂଚନା ମିଳିଛି l
What's Your Reaction?






