ଘଣ୍ଟାପଡ଼ା ଦୁର୍ଗାପୂଜାର ଭଷାଣୀ ଉତ୍ସବଅନୁଷ୍ଠିତ l

କଣ୍ଟାମାଳ: ଲୋକ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ା ଗ୍ରାମରେ ଷଷ୍ଠୀ ଠାରୁ ଆରମ୍ଭ ହୋଇଥିବା ଉକ୍ତ ପୂଜାରେ ଜମିଦାର ବସନ୍ତ ମାଝୀ ପୂଜା କର୍ତ୍ତା ଭାବେ ତୁଳାଇଥିବା ବେଳେ, ପୁରୋହିତ ଜିତେନ୍ଦ୍ର ପାଣିଗ୍ରାହୀ ଓ ଯଜ୍ଞାଚାର୍ଯ୍ୟ ଗଜେନ୍ଦ୍ର ପାଣିଗ୍ରାହୀ ସମସ୍ତ ପୂଜାକାର୍ଯ୍ୟ ତୁଲାଇଥିଲେ ।ଘଣ୍ଟାପଡ଼ା ୟୁଥ କ୍ଳବ, ଜୟଲକ୍ଷ୍ମୀ କ୍ଳବ ଓ ଗ୍ରାମ୍ୟ କମିଟୀ ମିଳିତ ସହଯୋଗରେ ଆୟୋଜିତ ଦୁର୍ଗାପୂଜାରେ ଷଷ୍ଠୀ ତିଥିରେ ଅଧିବାସ କରି ଦଶହରା ଦିନପର୍ଯ୍ୟନ୍ତ ପୂଜା ହୋଇଥିଲା।ଏହି ଅବସରରେ ପ୍ରତ୍ୟେକ ସଂଧ୍ୟାରେ ଲୋକଙ୍କ ମନୋରଞ୍ଜନ ପାଇଁ ରାବଣ ଦରବାର ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ, ଦଣ୍ଡ ନୃତ୍ୟ , ମୀନାବଜାର ଆଦି ଦର୍ଶକଙ୍କୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଆକୃଷ୍ଟ କରି ବାନ୍ଧି ରଖିଥିଲା। ପ୍ରଥମଥର ପାଇଁ ଘଣ୍ଟାପଡ଼ା ରେ ମିନାବଜାର ଆସିଥିବାରୁ ରାମଦୋଳି, ବ୍ରେକଡ୍ୟାନ୍ସ,ମିକିମଙ୍କି, ଷ୍ଟେସନାରୀ, ବଟପଟି ବହୁଦର୍ଶକଙ୍କୁ ଆକୃଷ୍ଟ କରିଥିଲା।ଶାନ୍ତି ଶୃଙ୍ଖଳା ନିମନ୍ତେ ପୁଲିସ ବାହିନୀ, କମିଟି ସଦସ୍ୟଙ୍କ ଉତ୍ତମ ପଦକ୍ଷେପ ଯୋଗୁଁ କୌଣସି ଅପ୍ରିତିକର ଘଟଣା ଘଟି ନଥିଲା।ସେଥିପାଇଁ ଘଣ୍ଟାପଡ଼ା ଥାନା ଅଧିକାରୀ ନୃସିଂହ ଚରଣ ମହାପାତ୍ର ଓ ଏସ୍ଆଇ ବିଶ୍ଵାମିତ୍ର ଲୋଇଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସେବା ମନୋବୃତ୍ତି ପାଇଁ ଅଜିତ ସାହୁଙ୍କୁ ,ଗ୍ରାମ୍ୟ କମିଟି ଉପଦେଷ୍ଠା ସୁଶାନ୍ତ ମାଝୀଙ୍କୁ ମାନପତ୍ର ସହ ପୁଷ୍ପ ଗୁଛ ଦେଇ ସମର୍ଦ୍ଧିତ କରାଯାଇଥିଲା। ଶେଷରେମା'ଙ୍କୁ ଧରାପୃଷ୍ଠରୁ ବିଦାୟ ଦିଆଯାଇଥିଲା ଏକ ଭବ୍ୟ ପଟୁଆରରେ ଗ୍ରାମ୍ୟ ପରିକ୍ରମା ପରେ ତେଲ ନଦୀରେ ବିଦାୟ ଦେଇଥିଲେ। ସବୁ କାର୍ଯ୍ୟରେ ସଭାପତି ଗିରିଧର ଦେହୁରୀ, ସଂପାଦକ ଗୌତମ ପାଣ୍ଡେ, କୋଷାଧ୍ୟକ୍ଷ ଶିବାନନ୍ଦ ସାହାଙ୍କ ସମେତ ସମସ୍ତ ସଦସ୍ୟ, ଗ୍ରାମ୍ୟ କମିଟିର ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।
What's Your Reaction?






